ଦେଶ ବିଦେଶ

LPG: ଆମେରିକାରୁ ଭାରତର ଏଲପିଜି ଆମଦାନୀ ୨୫୪% ବୃଦ୍ଧି: ଅଶୋଧିତ ତୈଳ ଆମଦାନୀ ହ୍ରାସ

ଚଳିତ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲ-ଜୁନ୍)ରେ ଆମେରିକାରୁ ଭାରତର ପେଟ୍ରୋଲିୟମ୍ ଉତ୍ପାଦ, ବିଶେଷ କରି ରନ୍ଧନ ଗ୍ୟାସ୍ (ଏଲପିଜି) ଆମଦାନୀ ବାର୍ଷିକ ତୁଳନାରେ ୨୫୪ ପ୍ରତିଶତ ବୃଦ୍ଧି ପାଇ ୨.୬୦ ବିଲିୟନ୍ ଡଲାରରେ ପହଞ୍ଚିଛି।

ନୂଆଦିଲ୍ଲୀ: ଚଳିତ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲ-ଜୁନ୍)ରେ ଆମେରିକାରୁ ଭାରତର ପେଟ୍ରୋଲିୟମ୍ ଉତ୍ପାଦ, ବିଶେଷ କରି ରନ୍ଧନ ଗ୍ୟାସ୍ (ଏଲପିଜି) ଆମଦାନୀ ବାର୍ଷିକ ତୁଳନାରେ ୨୫୪ ପ୍ରତିଶତ ବୃଦ୍ଧି ପାଇ ୨.୬୦ ବିଲିୟନ୍ ଡଲାରରେ ପହଞ୍ଚିଛି। ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ କାରଣରୁ ଗଲ୍ଫ ଅଞ୍ଚଳରୁ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଆମେରିକାରୁ ପ୍ରୋପେନ୍ ଓ ବିଉଟେନ୍ ଆମଦାନୀ ବୃଦ୍ଧି ପାଇଛି।

ଅପରପକ୍ଷରେ, ଭାରତୀୟ ତୈଳ ସୋଧନାଗାରଗୁଡ଼ିକର ବାଣିଜ୍ୟିକ ନିଷ୍ପତ୍ତି ଯୋଗୁଁ ଆମେରିକାରୁ ଅଶୋଧିତ ତୈଳ ଆମଦାନୀ ୫୭.୫ ପ୍ରତିଶତ ହ୍ରାସ ପାଇ ୧.୫୭ ବିଲିୟନ୍ ଡଲାରକୁ ଖସିଆସିଛି। ଏସବୁ ସତ୍ତ୍ୱେ, ଆମେରିକାରୁ ଭାରତର ମୋଟ ସାମଗ୍ରୀ ଆମଦାନୀ ୨୪ ପ୍ରତିଶତ ବୃଦ୍ଧି ପାଇ ୧୬.୬୫ ବିଲିୟନ୍ ଡଲାରରେ ପହଞ୍ଚିଥିବା ବେଳେ ରପ୍ତାନି ୨୫.୪୬ ବିଲିୟନ୍ ଡଲାରରେ ସ୍ଥିର ରହିଛି।

ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସ (ଏପ୍ରିଲ-ଜୁଲାଇ) ମଧ୍ୟରେ ଭାରତର ମୋଟ ସାମଗ୍ରୀ ରପ୍ତାନି ୧୭ ପ୍ରତିଶତରୁ ଊର୍ଦ୍ଧ୍ୱ ବୃଦ୍ଧି ପାଇ ୧୭୩.୭୮ ବିଲିୟନ୍ ଡଲାରରେ ପହଞ୍ଚିଛି। ଚଳିତ ବର୍ଷ ମୋଟ ପଣ୍ୟ ଓ ସେବା ରପ୍ତାନିକୁ ୧ ଟ୍ରିଲିୟନ୍ (୧୦୦୦ ବିଲିୟନ୍) ଡଲାରର ରେକର୍ଡ ଲକ୍ଷ୍ୟହାସଲ ପାଇଁ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ବିଭିନ୍ନ ଶିଳ୍ପ ସଂସ୍ଥା ଓ ରପ୍ତାନି ପ୍ରୋତ୍ସାହନ ପରିଷଦଗୁଡ଼ିକ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୩୦ରୁ ମିଲୱାକିରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ବାଣିଜ୍ୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଯୋଗଦେବା ପାଇଁ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଆମେରିକା ଗସ୍ତ କରିବାକୁ ଥିବା ବେଳେ, ଏହି ସମୟରେ ଦ୍ୱିପାକ୍ଷିକ ବାଣିଜ୍ୟିକ ଆଲୋଚନା ହେବାର ସମ୍ଭାବନା ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button