ବୈଶିଙ୍ଗା: ଗୁରୁବାର ସନ୍ଧ୍ୟାରେ ମୟୂରଭଞ୍ଜଜିଲ୍ଲା ସୀମାନ୍ତ ବଡ଼ସାହି ଥାନା ଅଧୀନ ଭୀମଦା ଫାଣ୍ଡି ଅଞ୍ଚଳର ଜନୈକ କନେଷ୍ଟବଳଙ୍କ ଘରେ ପଶି ତାଙ୍କ ମାଆଙ୍କ ବେକରେ ଭୁଜାଲି ଲଗେଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର l ଅଭିଯୋଗର ୧୨ଘଣ୍ଟା ପରେ ଵି ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନl
ସୂଚନା ଅନୁଯାୟୀ, ଟିକାୟତପୁର ଗ୍ରାମର ଶ୍ରୀନିବାସ ବେହେରା ପୁଲିସ କନେଷ୍ଟବଳ ଭାବେ ବେତନଟୀ କୋର୍ଟରେ କାର୍ଯ୍ୟରତ ଥିବାବେଳେ ତାଙ୍କ ସାନ ଭାଇ ସୁଶାନ୍ତ ଓ ୮୨ବର୍ଷୀୟା ଅସୁସ୍ଥ ମାଆ ହେମଲତା ବେହେରା ଘରେ ରହୁଥିଲେ l ତେବେ ଗତକାଲି ସନ୍ଧ୍ୟାରେ ଅସୁସ୍ଥ ମାଆଙ୍କୁ ଘରେ ଖାଇବା ଦେଇ ବାହାର ପଟୁ ତାଲା ମାରି ଗାଁ ଛକ ଦୋକାନକୁ ସଉଦା କିଣିବାକୁ ଯାଇଥିଲେ l ତେବେ ମାତ୍ର ୧୦ମିନିଟ ପରେ ପଡ଼ିଶା ଲୋକ ଫୋନ କରି ସୁଶାନ୍ତକୁ କହିଥିଲେ କି ତାଙ୍କ ମାଆ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଥିବାବେଳେ କେହି ଜଣେ ଦୁର୍ବୁତ୍ତ ତାଲା ଭାଙ୍ଗି ଘରେ ପଶି ତାଙ୍କୁ ଭୁଜାଲିରେ ଆକ୍ରମଣ କରି ହେମଲତା ପିନ୍ଧିଥିବା ସୁନାହାର, ସୁନା କାନଫୁଲ ଓ ବଳା ଯାହାର ଆନୁମାନିକ ମୂଲ୍ୟ (୮ଲକ୍ଷ )ନେଇ ଚମ୍ପଟ ମାରିଥିଲା l
ପୁଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ
ସୁଶାନ୍ତ ସଙ୍ଗେ ସଙ୍ଗେ ମାଆଙ୍କୁ ନେଇ ଚିକିତ୍ସା ନିମିତ୍ତ ମାଣତ୍ରୀ ଡାକ୍ତରଖାନାକୁ ନେଇ ଯାଇଥିଲେ l ପରେ ସୁଶାନ୍ତ ଗତ ରାତିରେ ଏନେଇ ମାତ୍ର ୧୫୦ମିଟର ଦୂରରେ ଥିବା ଭୀମଦା ବିଟ ହାଉସରେ ଖବର ଦେଇଥିଲେ l ତେବେ ପୁଲିସ ବିଟ ହାଉସ ଠାରୁ ମାତ୍ର ୧୫୦ମିଟର ଦୂରରେ ଥିବା ଜଣେ ପୁଲିସ କର୍ମଚାରୀଙ୍କ ଘରୁ ସନ୍ଧ୍ୟା ପ୍ରାୟ ୭ଟା ବେଳେ ମରଣାନ୍ତକ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ ପରେ ଵି ପୁଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି l
ସୌଜନ୍ୟ ସମ୍ବାଦ
