ନୂଆଦିଲ୍ଲୀ: ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଓହିଓ ପ୍ରଦେଶର ସିନ୍ସିନାଟିସ୍ଥିତ ବାସଭବନ ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଘରର ଝରକା ଭାଙ୍ଗି ଯାଇଛି। ତୁରନ୍ତ ଆମେରିକା ଏବଂ ସିନ୍ସିନାଟି ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆକ୍ରମଣକାରୀ ଜେଡି ଭାନ୍ସ କିମ୍ବା ତାଙ୍କ ପରିବାରକୁ ଟାର୍ଗେଟ୍ କରିଥିଲା ସେନେଇ ଅଧିକ ତଦନ୍ତ ଜାରି ରହିଛି। ଭାନ୍ସ ସପରିବାର ନିଜ ବାସଭବନରେ ଛୁଟି କଟାଉଥିଲେ। ହେଲେ ଆକ୍ରମଣର କିଛି ସମୟ ପୂର୍ବରୁ ସେମାନେ ଘରୁ ବାହାରି ଆସିଥିଲେ। ଘରେ ଆକ୍ରମଣ ଖବରକୁ ଭାନ୍ସ ସ୍ପଷ୍ଟ କରିଛନ୍ତି।
ସୂଚନାନୁଯାୟୀ, ଆମେରିକାର ଜଣେ ସିକ୍ରେଟ୍ ସର୍ଭିସ ଅଫିସର ରାତି ୧୨ଟା ୧୫ ମିନିଟ୍ ସମୟରେ ଭାନ୍ସଙ୍କ ଘର ନିକଟରେ ଜଣେ ଲୋକକୁ ଦେଖିବା ପରେ ସ୍ଥାନୀୟ ପୁଲିସକୁ ଜଣାଇଥିଲେ। ପୁଲିସ ଅଫିସର ଏବଂ ସିକ୍ରେଟ ସର୍ଭିସ ଏଜେଣ୍ଟ ତୁରନ୍ତ ଘଟଣାସ୍ଥଳରେ ମୁତୟନ ହୋଇଥିଲେ। ଏହି ଘଟଣାରେ ଜଣେ ସନ୍ଦିଗ୍ଧକୁ ଅଟକ ରଖାଯାଇଛି।
ସୌଜନ୍ୟ ସମ୍ବାଦ
