Australian Open 2026: ଅଷ୍ଟ୍ରେଲିଆନ୍ ଓପନ୍: ସେମିଫାଇନାଲରେ ଏଲେନା ରିବାକିନା-ଜେସିକା ପେଗୁଲା ମୁକାବିଲା

ବିଶ୍ବର ୫ମ ସିଡ୍ ଏଲେନା ରିବାକିନା ଅଷ୍ଟ୍ରେଲିଆନ୍ ଓପନ ମହିଳା ସିଙ୍ଗଲ୍ସ ସେମି-ଫାଇନାଲରେ ପ୍ରବେଶ କରିଛନ୍ତି। ବୁଧବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମ୍ୟାଚରେ ସେ ୨ନମ୍ବର ସିଡ୍ ଇଗା ସ୍ବିଆଟେକଙ୍କୁ ୭-୫, ୬-୧ ସେଟ୍‌ରେ ହରାଇ ନିଜର ଗ୍ରାଣ୍ଡସ୍ଲାମ୍ ସ୍ବପ୍ନ ବଜାୟ ରଖିଛନ୍ତି।

ମେଲବର୍ଣ୍ଣ: ବିଶ୍ବର ୫ମ ସିଡ୍ ଏଲେନା ରିବାକିନା ଅଷ୍ଟ୍ରେଲିଆନ୍ ଓପନ ମହିଳା ସିଙ୍ଗଲ୍ସ ସେମି-ଫାଇନାଲରେ ପ୍ରବେଶ କରିଛନ୍ତି। ବୁଧବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମ୍ୟାଚରେ ସେ ୨ନମ୍ବର ସିଡ୍ ଇଗା ସ୍ବିଆଟେକଙ୍କୁ ୭-୫, ୬-୧ ସେଟ୍‌ରେ ହରାଇ ନିଜର ଗ୍ରାଣ୍ଡସ୍ଲାମ୍ ସ୍ବପ୍ନ ବଜାୟ ରଖିଛନ୍ତି। ଶନିବାର ହେବାକୁ ଥିବା ସେମି-ଫାଇନାଲରେ ସେ ଜେସିକା ପେଗୁଲାଙ୍କୁ ଭେଟିବେ।

ରିବାକିନା ପ୍ରଥମ ଗେମକୁ ୭-୫ରେ ଜିତି ନେଇଥିଲେ

ମ୍ୟାଚର ପ୍ରାରମ୍ଭରେ ନିଜର ସର୍ଭିସକୁ ନେଇ କିଛିଟା ସମସ୍ୟାର ସମ୍ମୁଖୀନ ହୋଇଥିଲେ ବି ପରେ ଏଥିରେ ସୁଧାର ଆଣି ରିବାକିନା ପ୍ରଥମ ଗେମକୁ ୭-୫ରେ ଜିତି ନେଇଥିଲେ। ପରବର୍ତ୍ତି ଗେମରେ ସେ ଆଧିପତ୍ୟ ବିସ୍ତାର କରି ଖେଳି ୬-୧ରେ ଜିତି ନେଇଥିଲେ। ଏହି ବିଜୟ ସହ ସେ ନିଜ କ୍ୟାରିୟରର ୪ର୍ଥ ଓ ୨୦୨୪ ଓ୍ବିମ୍ବିଲଣ୍ଡନ ପରଠାରୁ ପ୍ରଥମ ଗ୍ରାଣ୍ଡସ୍ଲାମ୍ ସେମି-ଫାଇନାଲରେ ପ୍ରବେଶ କରିଛନ୍ତି।

ବିଜୟ ପରେ ସେ କହିଥିଲେ ଯେ, ପ୍ରଥମ ଗେମରେ ସେ ସର୍ଭିସକୁ ନେଇ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ, କିନ୍ତୁ ଦ୍ବିତୀୟ ଗେମରେ ସର୍ଭିସରେ ଉନ୍ନତି ଆସିଥିଲା ଓ ସେ ଅଧିକ ମୁକ୍ତଭାବେ ଖେଳିପାରିଥିଲେ। ଅନ୍ୟପକ୍ଷରେ ଏହି ପରାଜୟ ପରେ ସ୍ବିଆଟେକଙ୍କ ପାଇଁ ନିଜ କ୍ୟାରିୟରର ପ୍ରଥମ ଅଷ୍ଟ୍ରେଲିଆନ ଓପନ ଜିତିବାର ସ୍ବପ୍ନ ଚୁରମାର୍ ହୋଇଯାଇଛି। ଏହା ପୂର୍ବରୁ ସେ ଅନ୍ୟ ତିନିଟି ଗ୍ରାଣ୍ଡସ୍ଲାମ୍ ଓପନ- ଫ୍ରେଞ୍ଚ ଓପନ୍, ଓ୍ବିମ୍ବିଲଡନ୍ ଓ ୟୁଏସ୍ ଓପନ୍ ଜିତିସାରିଛନ୍ତି। କିନ୍ତୁ ସେ କେବେ ବି ଅଷ୍ଟ୍ରେଲିଆନ୍ ଓପନ୍ ଜିତି ନାହାନ୍ତି।

ବୁଧବାର ଖେଳାଯାଇଥିବା ଆଉ ଏକ କ୍ବାର୍ଟରଫାଇନାଲରେ ବିଶ୍ବର ୬ ନମ୍ବର ସିଡ୍ ଜେସିକା ପାଗୁଲା ୪ ନମ୍ବର ସିଡ୍ ଆମାଣ୍ଡା ଆନିସିମୋଭାଙ୍କୁ ହରାଇ ସେମି-ଫାଇନାଲରେ ପ୍ରବେଶ କରିଛନ୍ତି। ସେ ସିଧାସଳଖ ୬-୨, ୭-୬ ସେଟରେ ଆମାଣ୍ଡାଙ୍କୁ ହରାଇଥିଲେ।

ସୌଜନ୍ୟ ସମ୍ବାଦ

Exit mobile version