ଜାତୀୟ

Vietnam Flood: ଭିଏତନାମରେ ଭୟଙ୍କର ବନ୍ୟା… ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ, ଜଳ ନେଲାଣି ୪୧ ଜଣଙ୍କ ଜୀବନ

ବନ୍ୟାରେ ବୁଡ଼ିଛି ଭିଏତନାମ । ପ୍ରକୃତି ଦେଖାଇଛି ତାର କରାଳ ରୂପ। ଲଗାଣବର୍ଷା ପରେ ଉପୁଜିଛି ବନ୍ୟା ପରିସ୍ଥିତି । ଚାରିଆଡେ ଖାଲି ପାଣି ଆଉ ପାଣି । ରାସ୍ତା ବୁଡିଛି, ଘର ବୁଡିଛି, ଗାଡ଼ି ଭାସୁଛି । ପୂରା ସହରରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି

ନୂଆଦିଲ୍ଲୀ: ବନ୍ୟାରେ ବୁଡ଼ିଛି ଭିଏତନାମ । ପ୍ରକୃତି ଦେଖାଇଛି ତାର କରାଳ ରୂପ। ଲଗାଣ ବର୍ଷା ପରେ ଉପୁଜିଛି ବନ୍ୟା ପରିସ୍ଥିତି । ଚାରିଆଡେ ଖାଲି ପାଣି ଆଉ ପାଣି । ରାସ୍ତା ବୁଡିଛି, ଘର ବୁଡିଛି, ଗାଡ଼ି ଭାସୁଛି । ପୂରା ସହରରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଦୂରଦୂର ଯାଏଁ ଯେଉଁଠି ବି ଦେଖିଲେ ଖାଲି ପାଣି ଆଉ ପାଣି ହିଁ ଦିଶୁଛି । ଏମିତି ଲାଗୁଛି ରାସ୍ତା ତ ନୁହେଁ ସହରିଆ ରାସ୍ତା ସତେକି ନଈ ପାଲଟିଯାଇଛି । ଭିଏତନାମରେ ଲଗାଣବର୍ଷା ପରେ ବନ୍ୟା ପରିସ୍ଥିତିରେ ବେହାଲ୍ ହୋଇଛି ଜନଜୀବନ । ମିଳିଥିବା ସୂଚନା ଅନୁସାରେ ବନ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୨ ହଜାର ଲୋକ ବେଘର ହୋଇଛନ୍ତି ।

ବର୍ଷା-ବନ୍ୟା ପରେ ଭୂସ୍ଖଳନ

ବର୍ଷା ପରେ ଖାଲି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନି ବରଂ ଭୂସ୍ଖଳନର ବି ଖବର ଆସୁଛି । ଭିଏତନାମର ପରିବେଶ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ- ୬ଟି ପ୍ରଦେଶରେ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି। ନିଖୋଜ ହୋଇଥିବା ୯ ଜଣଙ୍କ ସନ୍ଧାନ ଜାରି ରହିଛି । ଭିଏତନାମର କେନ୍ଦ୍ରୀୟ ଉପକୂଳ ଅଞ୍ଚଳରେ ଗତ ତିନି ଦିନ ଭିତରେ ବର୍ଷାର ମାତ୍ରା ବଢିଛି ।

ପ୍ରାୟ ୧୦ ଲକ୍ଷ ପରିବାର ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି । ଅନେକ ଲୋକ ଜଳବନ୍ଦୀ ଥିବାରୁ ଛାତ ଉପରେ ଫସି ରହିଛନ୍ତି। ବନ୍ୟାବିପ୍ନଙ୍କୁ ସହାୟତା ପାଇଁ  ଯୁଧ୍ୟକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଜରୁରୀକାଳୀନ ଆଶ୍ରୟସ୍ଥଳ ସ୍ଥାପନ କରିବା ପାଇଁ ସାମରିକ ବାହିନୀ ଏବଂ ପୋଲିସ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି।

ଲଗାତାର ବର୍ଷା ହେବା ଫଳରେ ଅନେକ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଫଳରେ ସବୁ ରାସ୍ତା ବନ୍ଦ। ଅତ୍ୟଧିକ ବର୍ଷା ଫଳରେ ପାଖାପାଖି ୫୨,୦୦୦ ପରିବାରର ଲୋକେ ଜଳବନ୍ଦୀ ରହିଥିବା ବେଳେ ୬୨, ୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏହାଛଡା ଭିଏତନାମା ଏକ କୃଷି ଭିତ୍ତିକ ଅଞ୍ଚଳ ଅଟେ। ଏଠାକାର ଅଧିକ ଲୋକ କଫି ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇଥାଆନ୍ତି। ପ୍ରବଳ ବର୍ଷା ସହ ବନ୍ଯା ଏବଂ ଭୂସଂଖଳନ ଏଠାକାର କଫି ଚାଷ ଉପରେ ବିଶେଷ ଭାବରେ ପ୍ରଭାବ ପକାଇଛି। ଫଳରେ ଅନେକ କଫି ଫସଲ ନଷ୍ଟ ହୋଇଛି । ଚାଷୀ ମଥାରେ ହାତ ଦେଇ ବସିଛି ।

 

ସୌଜନ୍ୟ – ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button