ଖେଳ

Anahat Singh: କନିଷ୍ଠ ବିଶ୍ବ ସ୍କ୍ବାସ୍‌ ଫାଇନାଲ୍‌ରେ ଅନାହତ: ୨୦୦୫ ପରେ ପ୍ରଥମ ଭାରତୀୟ

ବିଶ୍ବର ୨୦ ନମ୍ବର ମାନ୍ୟତାପ୍ରାପ୍ତ ସ୍କ୍ବାସ୍‌ ଖେଳାଳି ଅନାହତ ସିଂହ ଏଠାରେ ଚାଲିଥିବା କନିଷ୍ଠ ବିଶ୍ବ ସ୍କ୍ବାସ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହା ସହିତ ପ୍ରଥମ ଭାରତୀୟଭାବେ ବିଶ୍ବ କନିଷ୍ଠ ସ୍କ୍ବାସ୍‌ ଚାମ୍ପିଅନ୍‌ ହେବାକୁ ସେ ଆଉ ମାତ୍ର ଗୋଟିଏ ବିଜୟ ପଛରେ ରହିଛନ୍ତି।

ଓନ୍‌ଟାରିଓ (କାନାଡା):ଭାରତର ଶୀର୍ଷ ତଥା ବିଶ୍ବର ୨୦ ନମ୍ବର ମାନ୍ୟତାପ୍ରାପ୍ତ ସ୍କ୍ବାସ୍‌ ଖେଳାଳି ଅନାହତ ସିଂହ ଏଠାରେ ଚାଲିଥିବା କନିଷ୍ଠ ବିଶ୍ବ ସ୍କ୍ବାସ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହା ସହିତ ପ୍ରଥମ ଭାରତୀୟଭାବେ ବିଶ୍ବ କନିଷ୍ଠ ସ୍କ୍ବାସ୍‌ ଚାମ୍ପିଅନ୍‌ ହେବାକୁ ସେ ଆଉ ମାତ୍ର ଗୋଟିଏ ବିଜୟ ପଛରେ ରହିଛନ୍ତି। ଫାଇନାଲ୍‌ରେ ସେ ପ୍ରତିଯୋଗିତାର ୨ ନମ୍ବର ମାନ୍ୟତାପ୍ରାପ୍ତ ଇଜିପ୍ଟର ରକାୟା ସାଲେମଙ୍କୁ ଭେଟିବେ।

ଇଜିପଟ୍‌ର ହବିବା ରିଜକ ପରାସ୍ତ

୨୦୦୫ ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ୨୦୦୫ରେ ଜ୍ୟୋତ୍ସ୍ନା ଚିନ୍ନାପ୍ପା ଏହି ସଫଳତା ହାସଲ କରିଥିଲେ। ଶୁକ୍ରବାର ଅନୁଷ୍ଠିତ ଫାଇନାଲ୍‌ରେ ଆନାହତ ଇଜିପ୍ଟର ବାର୍ବ ସାମେହଙ୍କୁ ୧୧-୩, ୮-୧୧, ୧୧-୬ରେ ପରାସ୍ତ କରିଥିଲେ। ଏହାପୂର୍ବରୁ ଗୁରୁବାର ଖେଳାଯାଇଥିବା କ୍ବାର୍ଟରଫାଇନାଲ୍‌ରେ ଅନାହତ ୧୧-୭, ୧୧-୫, ୬-୧୧, ୧୧-୯ରେ ଇଜିପଟ୍‌ର ହବିବା ରିଜକଙ୍କୁ ପରାସ୍ତ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button