ଖେଳ

Rohit Sharma: ରୋହିତଙ୍କ ଇସ୍ତଫାର ପ୍ରଶ୍ନ ଉଠୁନି: ରାଜୀବ ଶୁକ୍ଳା

‘ହିଟ୍‌ମ୍ୟାନ’ ଭାବେ ପରିଚିତ ଭାରତୀୟ ଦଳର ବିସ୍ଫୋରକ ବ୍ୟାଟର ରୋହିତ ଶର୍ମାଙ୍କ ଅବସର ନେଇ ଗତି କିଛି ଦିନ ହେଲା କଳ୍ପନାଜଳ୍ପନା ଚାଲିଥିବାବେଳେ ସେ ନେଇ ସ୍ଥିତି ସ୍ପଷ୍ଟ କରିଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା।

ନୂଆଦିଲ୍ଲୀ: ‘ହିଟ୍‌ମ୍ୟାନ’ ଭାବେ ପରିଚିତ ଭାରତୀୟ ଦଳର ବିସ୍ଫୋରକ ବ୍ୟାଟର ରୋହିତ ଶର୍ମାଙ୍କ ଅବସର ନେଇ ଗତି କିଛି ଦିନ ହେଲା କଳ୍ପନାଜଳ୍ପନା ଚାଲିଥିବାବେଳେ ସେ ନେଇ ସ୍ଥିତି ସ୍ପଷ୍ଟ କରିଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା। ସେ କହିଛନ୍ତି ଯେ ରୋହିତ ଟିମ ଇଣ୍ଡିଆର ଅଂଶ ଓ ସେ ଖେଳିଚାଲିଛନ୍ତି। ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ତାଙ୍କୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି, ତାହାର କୌଣସି ଅର୍ଥ ନାହିଁ। ତାଙ୍କ ଇସ୍ତଫାର ପ୍ରଶ୍ନ ଉଠୁନାହିଁ।

ଚର୍ଚ୍ଚାରେ ଅବସାନ

ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ସମୟରେ ରୋହିତଙ୍କ ଅବସର ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। କ୍ରମାଗତ ବିଫଳତା ଯୋଗୁଁ ଲର୍ଡସରେ ଖେଳାଯାଇଥିବା ଶେଷ ଦିନିକିଆରେ ସେ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ମ୍ୟାଚ୍‌ରେ ସେ ଏକ ବିସ୍ଫୋରକ ଶତକ ଅର୍ଜନ କରି ସେ ସମାଲୋଚକମାନଙ୍କୁ ଦୃଢ ଜବାବ ଦେବା ସହ ଅବସର ଚର୍ଚ୍ଚାରେ ଅବସାନ ଘଟାଇଥିଲେ। ଏହା ପରେ ସେ ନିଜେ ମଧ୍ୟ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କର କାମ ହେଉଛି ଖେଳିବା ଓ ବାହାରର କୋଳାହଳ ଉପରେ ସେ ଧ୍ୟାନ ଦିଅନ୍ତି ନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button