ଦେଶ ବିଦେଶ
Ayodhya Ram Mandir: ରାମ ମନ୍ଦିରରେ ନୂଆ ବ୍ୟବସ୍ଥା ଲାଗୁ, ଏଣିକି ୱବେ୍ସାଇଟ୍ରେ ଅପଲୋଡ୍ ହେବ ମାସିକ ଅଡିଟ୍ ରିପୋର୍ଟ
ରାମ ମନ୍ଦିର ଦାନ ପାଣ୍ଠି ଚୋରି ଘଟଣା ପରେ ଟ୍ରଷ୍ଟ ସଜାଗ ହୋଇଛି । ନିଜର କାର୍ଯ୍ୟପ୍ରଣାଳୀକୁ ଅଧିକ ସ୍ୱଚ୍ଛ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି। ଏବେ ଟ୍ରଷ୍ଟ ପ୍ରତି ମାସର ଅଡିଟ୍ ରିପୋର୍ଟ ନିଜର ଅଧିକାରୀକ ୱେବସାଇଟରେ ସାର୍ବଜନୀନ କରିବ ।

ଅଯୋଧ୍ୟା: ରାମ ମନ୍ଦିର ଦାନ ପାଣ୍ଠି ଚୋରି ଘଟଣା ପରେ ଟ୍ରଷ୍ଟ ସଜାଗ ହୋଇଛି । ନିଜର କାର୍ଯ୍ୟପ୍ରଣାଳୀକୁ ଅଧିକ ସ୍ୱଚ୍ଛ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି। ଏବେ ଟ୍ରଷ୍ଟ ପ୍ରତି ମାସର ଅଡିଟ୍ ରିପୋର୍ଟ ନିଜର ଅଧିକାରୀକ ୱେବସାଇଟରେ ସାର୍ବଜନୀନ କରିବ, ଯେପରି ଦେଶ-ବିଦେଶର କୋଟି କୋଟି ରାମଭକ୍ତ ମନ୍ଦିରର ଆୟ-ବ୍ୟୟ ଏବଂ ଟ୍ରଷ୍ଟର ଗତିବିଧି ବିଷୟରେ ସିଧାସଳଖ ଜାଣିପାରିବେ। ଏହା ସହିତ ୱେବସାଇଟରେ ଟ୍ରଷ୍ଟର ପ୍ରଶାସନିକ ନିଷ୍ପତ୍ତି, ନିର୍ମାଣ କାର୍ଯ୍ୟ ଏବଂ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକଳାପର ନିୟମିତ ଅପଡେଟ୍ ମଧ୍ୟ କରାଯିବ।
ସୌଜନ୍ୟ ସମ୍ବାଦ




