Sikkim Namchi Tunnel Rescue: ସିକ୍କିମରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଲା, ଉଦ୍ଧାରକାର୍ଯ୍ୟ ଜାରି
ବଢ଼ୁଛି ସିକ୍କିମ ଭୂସ୍ଖଳନର ମୃତ୍ୟୁ ସଂଖ୍ୟା । ଏପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଭୂସ୍ଖଳନ ଯୋଗୁ ନିର୍ମାଣାଧୀନ ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ବାହାର କରିବା ପାଇଁ ରିଲିଫ୍ ଏବଂ ଉଦ୍ଧାର ଅଭିଯାନ କ୍ରମାଗତ ଭାବେ ଜାରି ରହିଛି।

ଗାଙ୍ଗଟକ୍: ବଢ଼ୁଛି ସିକ୍କିମ ଭୂସ୍ଖଳନର ମୃତ୍ୟୁ ସଂଖ୍ୟା। ଏପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଭୂସ୍ଖଳନ ଯୋଗୁ ନିର୍ମାଣାଧୀନ ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ବାହାର କରିବା ପାଇଁ ରିଲିଫ୍ ଏବଂ ଉଦ୍ଧାର ଅଭିଯାନ କ୍ରମାଗତ ଭାବେ ଜାରି ରହିଛି। ଜିଲ୍ଲା ପ୍ରଶାସନ ଅନୁଯାୟୀ,ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି।
କୁହାଯାଉଛି ଯେ ଟନେଲ ଭିତରେ ମିଥେନ୍ ଗ୍ୟାସ୍ ଥିବା ଆଶଙ୍କା କରାଯାଉଛି । ଏହି କାରଣରୁ ଉଦ୍ଧାର କାର୍ଯ୍ୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଗ୍ୟାସର ସମ୍ଭାବ୍ୟ ପ୍ରଭାବ ଯୋଗୁଁ ଅନେକ ଉଦ୍ଧାରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗିଡି ଯାଇଥିବା ସୂଚନା ମିଳିଛି । ଏହି ସମୟରେ, ନାମଚି ଜିଲ୍ଲା ପ୍ରଶାସନ NHPC ଅଧିକାରୀ, SDRF, NDRF, ସିକ୍କିମ ପୁଲିସ, ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା, ସ୍ୱାସ୍ଥ୍ୟ ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ସହିତ ମିଶି କ୍ରମାଗତ ଭାବରେ ଉଦ୍ଧାର ଅଭିଯାନ ଚଳାଇଛନ୍ତି। SSDMA ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ।
ସୌଜନ୍ୟ ସମ୍ବାଦ




