ଦେଶ ବିଦେଶ

Ayushman scheme: ଆୟୁଷ୍ମାନ ଯୋଜନାରେ ପାଞ୍ଚବର୍ଷ ତଳର ପିଲାଙ୍କୁ ସାମିଲ କରିବାକୁ ସଂସଦୀୟ ପାନେଲର ପରାମର୍ଶ

ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ପାଞ୍ଚ ବର୍ଷରୁ କମ୍‌ ବୟସର ସମସ୍ତ ପିଲା ଏବଂ ୬୦ ବର୍ଷ ଓ ତଦୁର୍ଦ୍ଧ୍ୱ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ସାମିଲ କରିବାକୁ ସଂସଦୀୟ ସ୍ଥାୟୀ କମିଟି ସୁପାରିସ କରିଛି।

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ପାଞ୍ଚ ବର୍ଷରୁ କମ୍‌ ବୟସର ସମସ୍ତ ପିଲା ଏବଂ ୬୦ ବର୍ଷ ଓ ତଦୁର୍ଦ୍ଧ୍ୱ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ସାମିଲ କରିବାକୁ ସଂସଦୀୟ ସ୍ଥାୟୀ କମିଟି ସୁପାରିସ କରିଛି। ସାମାଜିକ-ଆର୍ଥିକ ସ୍ଥିତି କିମ୍ବା ଭୌଗୋଳିକ ଅବସ୍ଥିତି ନିର୍ବିଶେଷରେ ଏହି ସୁବିଧା ଦେବାକୁ କମିଟି କହିଛି।

କମିଟି ଅନୁଯାୟୀ, ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜ୍‌ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଏହା ଶିଶୁ ଓ ବରିଷ୍ଠ ନାଗରିକଙ୍କ ରୋଗ ଚିକିତ୍ସା ସହ ଜଡ଼ିତ ଆର୍ଥିକ ବୋଝ କମାଇବାରେ ସହାୟକ ହେବ। ଏହାର କାର୍ଯ୍ୟକାରିତା ପାଇଁ ପର୍ଯ୍ୟାପ୍ତ ପାଣ୍ଠି, ସହଜ ନାମଲେଖା ବ୍ୟବସ୍ଥା ଏବଂ ଶିଶୁ ଓ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ଅନ୍ୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସହ ସମନ୍ୱୟ ସୁନିଶ୍ଚିତ କରିବାକୁ କମିଟି ପରାମର୍ଶ ଦେଇଛି। ଏଥିସହ ବାହ୍ୟ ରୋଗୀଙ୍କ ପରାମର୍ଶ, ରୋଗ ନିରୂପଣ ପରୀକ୍ଷା, ଔଷଧ ଖର୍ଚ୍ଚ ଓ ହସ୍ପିଟାଲରୁ ଛାଡ଼ ପରବର୍ତ୍ତୀ ଚିକିତ୍ସାକୁ ମଧ୍ୟ ଯୋଜନାରେ ସାମିଲ କରିବାକୁ କହିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button