ଦେଶ ବିଦେଶ

Imran Khan: ଇମ୍ରାନଙ୍କ ଭଉଣୀ ଉଜ୍‌ମା ଓ ନୌରିନ୍‌ ୩୦ ଦିନ ପାଇଁ ଅଟକ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପିଟିଆଇ ପ୍ରତିଷ୍ଠାତା ଇମ୍ରାନ୍‌ ଖାନ୍‌ଙ୍କ ଭଉଣୀ ଡ ଉଜ୍‌ମା ଖାନ୍‌ ଓ ନୌରିନ୍‌ ନିଆଜିଙ୍କୁ ସୋମବାର ୩୦ ଦିନ ପାଇଁ ଅଟକ ରଖାଯାଇଛି। ଉଭୟଙ୍କୁ ମେଣ୍ଟେନାନ୍ସ ଅଫ୍ ପବ୍ଲିକ୍ ଅର୍ଡର (ଏମ୍‌ପିଓ) ଅର୍ଡିନାନ୍ସର ଧାରା ୩ ଅନୁସାରେ ଅଟକ ରଖାଯାଇଛି।

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପିଟିଆଇ ପ୍ରତିଷ୍ଠାତା ଇମ୍ରାନ୍‌ ଖାନ୍‌ଙ୍କ ଭଉଣୀ ଡ ଉଜ୍‌ମା ଖାନ୍‌ ଓ ନୌରିନ୍‌ ନିଆଜିଙ୍କୁ ସୋମବାର ୩୦ ଦିନ ପାଇଁ ଅଟକ ରଖାଯାଇଛି। ଉଭୟଙ୍କୁ ମେଣ୍ଟେନାନ୍ସ ଅଫ୍ ପବ୍ଲିକ୍ ଅର୍ଡର (ଏମ୍‌ପିଓ) ଅର୍ଡିନାନ୍ସର ଧାରା ୩ ଅନୁସାରେ ଅଟକ ରଖାଯାଇଛି। ଲାହୋର ଡେପୁଟି କମିସନର ପୁଲିସର ସୁପାରିସ ଆଧାରରେ ଏହି ଆଦେଶ ଦେଇଥିବା ଅଧିକାରୀମାନେ କହିଛନ୍ତି। ଉଭୟଙ୍କୁ କୋଟ୍‌ ଲଖପତ୍‌ ଜେଲ୍‌କୁ ପଠାଯାଇଛି।

 ରବିବାର ଅଲିମାଙ୍କ ଅଟକକୁ ପିଟିଆଇର ବାରିଷ୍ଟର ଗୋହର ଅଲ୍ଲୀ ଖାନ୍‌ ନିନ୍ଦା କରିଥିଲେ। ଏହା ପରିସ୍ଥିତିକୁ ଆହୁରି ଖରାପ କରିବାର ପ୍ରଥମ ପଦକ୍ଷେପ ବୋଲି କହି ସେ ଅଲିମାଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ଅଲିମାଙ୍କ ପୁଅ ଶାହରେଜ୍‌ ଖାନ୍‌ ମଧ୍ୟ ଅଭିଯୋଗ କରିଥିଲେ ଯେ, ରବିବାର ସକାଳେ ଘରୁ ବାହାରିବା ପରେ ତାଙ୍କ ମା’ଙ୍କୁ ଅପହରଣ କରାଯାଇଥିଲା ଏବଂ ପରିବାରକୁ ତାଙ୍କ ସମ୍ପର୍କରେ ସୂଚନା ମିଳିନଥିଲା। ଇତି ମଧ୍ୟରେ, ଉଜ୍‌ମା, ନୌରିନ୍‌ ଓ ଅଲିମାଙ୍କ ଅଟକ ଆଦେଶକୁ ଚ୍ୟାଲେଞ୍ଜ କରି ଲାହୋର ହାଇକୋର୍ଟରେ ଆବେଦନ ହୋଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button