BageswarDham: ବାଗେଶ୍ବର ଧାମ ମୁଖ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ଗିରଫ
ଛତ୍ରପୁର ଜିଲ୍ଲାରେ ଏକ ଜମି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଇବା ଓ ମାଡ଼ ମାରିବା ଅଭିଯୋଗରେ ଧୀରେନ୍ଦ୍ରଙ୍କ ଭାଇ ଓ ଅନ୍ୟ ଜଣେ ବୁଧବାର ଗିରଫ ହୋଇଛନ୍ତି।

ନୂଆଦିଲ୍ଲୀ: ବାଗେଶ୍ବର ଧାମ ମୁଖ୍ୟ ପୁରୋହିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ଶାଲିଗ୍ରାମ ଗର୍ଗ ଗିରଫ ହୋଇଛନ୍ତି। ଛତ୍ରପୁର ଜିଲ୍ଲାରେ ଏକ ଜମି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଇବା ଓ ମାଡ଼ ମାରିବା ଅଭିଯୋଗରେ ଧୀରେନ୍ଦ୍ରଙ୍କ ଭାଇ ଓ ଅନ୍ୟ ଜଣେ ବୁଧବାର ଗିରଫ ହୋଇଛନ୍ତି। ହତ୍ୟା ଉଦ୍ୟମ ନେଇ ଗର୍ଗ ଓ ତାଙ୍କର ୩ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଛତ୍ରପୁର ଅତିରିକ୍ତ ଏସ୍ପି ଆଦିତ୍ୟ ପଟଲେ କହିଛନ୍ତି, ରାଜନଗର ଥାନା ଅଧୀନ କୋଢ଼ା ଗ୍ରାମରେ ମଙ୍ଗଳବାର ଅପରାହ୍ଣରେ ଘଟିଥିବା ଘଟଣାରେ ଗର୍ଗ ଓ ଅଙ୍କିତ ମିଶ୍ର ଗିରଫ ହୋଇଛନ୍ତି। ପୀଡ଼ିତ ମୋତି କୁଶୱାହା ତାଙ୍କ ଘରେ ଥିବା ସମୟରେ ଗର୍ଗ ଓ ଅନ୍ୟ ୩ ଜଣ ତାଙ୍କୁ ତାଙ୍କ ଘରେ ପଶି ମାଡ଼ ମାରିଥିଲେ ଓ ଗୁଳି କରିଥିଲେ। କୁଶୱାହାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଇତି ମଧ୍ୟରେ ଧୀରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଯେ ସାନଭାଇ ଶାଲିଗ୍ରାମ ଗର୍ଗଙ୍କ ସହ ତାଙ୍କର କିଛି ସମ୍ପର୍କ ନାହିଁ। ଯଦି ସେ ଦୋଷୀସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।
ସୌଜନ୍ୟ ସମ୍ବାଦ




