ରାଶିଫଳ

ଜାନୁଆରୀ ୧ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଚନ୍ଦ୍ର ଆପଣଙ୍କ ରାଶିରୁ ଦ୍ୱିତୀୟ ଭାବରେ ରହିବେ। ଯାହା ଆର୍ଥିକ ଦିଗ ପାଇଁ ଅତ୍ୟନ୍ତ ଶୁଭ। ନୂଆ ବର୍ଷର ପ୍ରଥମ ଦିନରେ ବ୍ୟବସାୟରେ ବକେୟା ଅର୍ଥ ପ୍ରାପ୍ତି ହେବ ଏବଂ ପରିବାରରେ ହସଖୁସିର ପରିବେଶ ରହିବ। ମିଷ୍ଟାନ୍ନ ଭୋଜନର ସୁଯୋଗ ମିଳିବ ଏବଂ ଆପଣଙ୍କ ବାଣୀ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ।

ମେଷ- ଚନ୍ଦ୍ର ଆପଣଙ୍କ ରାଶିରୁ ଦ୍ୱିତୀୟ ଭାବରେ ରହିବେ। ଯାହା ଆର୍ଥିକ ଦିଗ ପାଇଁ ଅତ୍ୟନ୍ତ ଶୁଭ। ନୂଆ ବର୍ଷର ପ୍ରଥମ ଦିନରେ ବ୍ୟବସାୟରେ ବକେୟା ଅର୍ଥ ପ୍ରାପ୍ତି ହେବ ଏବଂ ପରିବାରରେ ହସଖୁସିର ପରିବେଶ ରହିବ। ମିଷ୍ଟାନ୍ନ ଭୋଜନର ସୁଯୋଗ ମିଳିବ ଏବଂ ଆପଣଙ୍କ ବାଣୀ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ।

ବୃଷ- ରାଶିରେ ଚନ୍ଦ୍ର ଥିବାରୁ ଏହା ଶ୍ରୀ ଚନ୍ଦ୍ର ଭଳି ଶୁଭ ଫଳ ପ୍ରଦାନ କରିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ଏବଂ ଆପଣଙ୍କ ବ୍ୟକ୍ତିତ୍ୱର ଉଚ୍ଚ ପ୍ରଶଂସା ହେବ। ମାନସିକ ଓ ଶାରୀରିକ ଭାବେ ସୁସ୍ଥ ଅନୁଭବ କରିବେ ଏବଂ ନୂତନ ବର୍ଷର ଆରମ୍ଭ ବହୁତ ଉତ୍ସାହଜନକ ରହିବ।

ମିଥୁନ- ଦ୍ୱାଦଶ ଚନ୍ଦ୍ର ହେତୁ ଅନାବଶ୍ୟକ ଭ୍ରମଣ ଓ ଖର୍ଚ୍ଚର ମାତ୍ରା ବଢ଼ିପାରେ। ନୂଆ ବର୍ଷର ଉତ୍ସବ ମଧ୍ୟରେ ଆର୍ଥିକ ନେଣଦେଣ ବେଳେ ସତର୍କ ରୁହନ୍ତୁ ଏବଂ କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଶରୀରରେ ସାମାନ୍ୟ କ୍ଲାନ୍ତି ଅନୁଭବ ହୋଇପାରେ ତେଣୁ ବିଶ୍ରାମ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ।

କର୍କଟ- ଏକାଦଶ ଚନ୍ଦ୍ର ଯୋଗୁ ବିଭିନ୍ନ ସୂତ୍ରରୁ ଧନ ଲାଭ ହେବାର ସୁଯୋଗ ମିଳିବ। ପରିବାର ଓ ବନ୍ଧୁମାନଙ୍କ ସହ ନୂଆ ବର୍ଷ ପାଳନ କରିବା ପାଇଁ ଭୋଜିର ଆୟୋଜନ କରିପାରନ୍ତି ଏବଂ ମନ ଖୁସି ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବା ସହ କର୍ମକ୍ଷେତ୍ରରେ ଉନ୍ନତି ହେବ।

ସିଂହ- କର୍ମକ୍ଷେତ୍ରରେ ଆପଣଙ୍କର ଦକ୍ଷତା ପ୍ରତିପାଦିତ ହେବ ଏବଂ ବରିଷ୍ଠ ଅଧିକାରୀଙ୍କଠାରୁ ସହଯୋଗ ପାଇବେ। ନୂଆ ବର୍ଷରେ ନୂତନ କର୍ମ ନିଯୁକ୍ତି ପାଇଁ ଆଶାୟୀ ଥିବା ବ୍ୟକ୍ତିମାନଙ୍କୁ ଶୁଭ ଖବର ମିଳିପାରେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ ଏବଂ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।

କନ୍ୟା- ଭାଗ୍ୟ ସ୍ଥାନରେ ଚନ୍ଦ୍ରଙ୍କ ଅବସ୍ଥାନ ଯୋଗୁ ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ସଫଳତାର ସହ ଶେଷ ହେବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ ଏବଂ ନୂଆ ବର୍ଷରେ କୌଣସି ପବିତ୍ର ସ୍ଥାନ ଦର୍ଶନର ଯୋଗ ରହିଛି। ପିଲାମାନଙ୍କ ସଫଳତାରେ ଆପଣ ଖୁସି ଅନୁଭବ କରିବେ ଏବଂ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ।

ତୁଳା- ଅଷ୍ଟମ ଚନ୍ଦ୍ର ହେତୁ ଦିନଟି ସତର୍କତାର ସହ ଅତିବାହିତ କରନ୍ତୁ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ଏବଂ ନୂଆ ବର୍ଷର ଉତ୍ସବ ସମୟରେ ଖାଦ୍ୟପେୟ ପ୍ରତି ସଜାଗ ରୁହନ୍ତୁ। କୌଣସି ବିପଦପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ ଏବଂ ଯାନବାହନ ଚଳାଚଳ ସମୟରେ ଅଧିକ ସାବଧାନ ରୁହନ୍ତୁ।

ବିଛା- ସପ୍ତମ ଭାବରେ ଚନ୍ଦ୍ର ଥିଲେ ମଧ୍ୟ ଏହା ଆପଣଙ୍କ ପାଇଁ ଘାତ ଚନ୍ଦ୍ର ଅଟନ୍ତି। ଦାମ୍ପତ୍ୟ ଜୀବନରେ ସାମାନ୍ୟ ମନୋମାଳିନ୍ୟ ହୋଇପାରେ ଏବଂ ବ୍ୟବସାୟିକ ନିଷ୍ପତ୍ତି ନେଲା ବେଳେ ଦ୍ୱନ୍ଦ୍ୱ ଦେଖାଦେଇପାରେ। ଶାରୀରିକ ଆଘାତ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖି ଶାନ୍ତ ରୁହନ୍ତୁ।

ଧନୁ- ଷଷ୍ଠ ଚନ୍ଦ୍ର ଯୋଗୁ ଶତ୍ରୁମାନେ ଆପଣଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବେ ଏବଂ ପୁରୁଣା ରୋଗରୁ ମୁକ୍ତି ମିଳିବ। ନୂଆ ବର୍ଷର ପ୍ରଥମ ଦିନରେ କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି ପ୍ରଶଂସାର ପାତ୍ର ହେବେ। ଆତ୍ମବିଶ୍ୱାସର ସହ କାମ କଲେ ସଫଳତା ନିଶ୍ଚିତ ମିଳିବ ଏବଂ ମନରେ ସନ୍ତୋଷ ରହିବ।

ମକର- ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଶୁଭ ରହିବ ଏବଂ ନୂତନ ଜ୍ଞାନ ଆହରଣ ପାଇଁ ମନ ବଳାଇବେ। ସନ୍ତାନଙ୍କ ପକ୍ଷରୁ କୌଣସି ଭଲ ଖବର ପାଇ ମନ ଉତ୍ସାହିତ ରହିବ ଏବଂ କଳା କ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ଦିଗଟି ମଜଭୁତ ରହିବା ସହ ନୂତନ ନିବେଶରୁ ଭଲ ଲାଭ ମିଳିପାରେ।

କୁମ୍ଭ- ଚତୁର୍ଥ ଭାବରେ ଚନ୍ଦ୍ର ରହିବା ସହ ଏହା ଆପଣଙ୍କ ପାଇଁ ଘାତ ଚନ୍ଦ୍ର ଅଟନ୍ତି। ପାରିବାରିକ କ୍ଷେତ୍ରରେ ସାମାନ୍ୟ ମନାନ୍ତର ଦେଖାଦେଇପାରେ ଏବଂ ମାନସିକ ଶାନ୍ତିରେ ବ୍ୟାଘାତ ଆସିପାରେ। ଯାନବାହନ ଚଳାଚଳ ବେଳେ ଅତି ସତର୍କ ରୁହନ୍ତୁ ଏବଂ ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

ମୀନ- ତୃତୀୟ ଚନ୍ଦ୍ର ଯୋଗୁ ଆପଣଙ୍କର ସାହସ ଓ ପରାକ୍ରମ ବୃଦ୍ଧି ପାଇବ ଏବଂ ଭାଇଭଉଣୀଙ୍କ ସହଯୋଗ ପାଇବେ। ନୂଆ ବର୍ଷର ଆରମ୍ଭରେ କୌଣସି କ୍ଷୁଦ୍ର ଯାତ୍ରାରୁ ଲାଭ ମିଳିବା ସହ ନୂତନ ବ୍ୟବସାୟିକ ଚୁକ୍ତି ହୋଇପାରେ। ସମସ୍ତ ବାଧାବିଘ୍ନ ଦୂର ହେବ ଏବଂ ଆପଣଙ୍କର ସାମାଜିକ ପ୍ରତିଷ୍ଠା ବଢ଼ିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button