ଦେଶ ବିଦେଶ

‘Bharat Rice’: ସେନାକୁ ଯୋଗାଇ ଦିଆଯିବ ଉନ୍ନତମାନର ଚାଉଳ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ, ଜରୁରୀ ପରିଚାଳନା ପରିସ୍ଥିତିରେ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ)ର ଭିତ୍ତିଭୂମି ବ୍ୟବହାର କରିବା ପାଇଁ ଏଫ୍‌ସିଆଇ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି।

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ, ଜରୁରୀ ପରିଚାଳନା ପରିସ୍ଥିତିରେ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ)ର ଭିତ୍ତିଭୂମି ବ୍ୟବହାର କରିବା ପାଇଁ ଏଫ୍‌ସିଆଇ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି।

ଏକ ସରକାରୀ ବିବୃତି ଅନୁଯାୟୀ, ଉନ୍ନତମାନର ଏହି ଚାଉଳକୁ ସ୍ଥାନୀୟ ଏଫ୍‌ସିଆଇ କେନ୍ଦ୍ରରୁ ସେନାର ଡିପୋଗୁଡ଼ିକ ସଂଗ୍ରହ କରିବା ପରିବର୍ତ୍ତେ ସିଧାସଳଖ ସେନାର ଯୋଗାଣ ଡିପୋଗୁଡ଼ିକୁ ପଠାଯିବ। ଏହା ମଧ୍ୟରେ ଲଦାଖ ଓ ଉତ୍ତର-ପୂର୍ବାଞ୍ଚଳର ଡିପୋଗୁଡ଼ିକ ସାମିଲ ରହିଛି। କେନ୍ଦ୍ର ସରକାର ଦୁଇ ବର୍ଷ ପୂର୍ବେ ସାଧାରଣ ଲୋକଙ୍କ ପାଇଁ ‘ଭାରତ’ ବ୍ରାଣ୍ଡ୍‌ ଅଧୀନରେ ରିହାତି ଦରରେ ପ୍ୟାକେଟ୍‌ ଚାଉଳ ବିକ୍ରି ଆରମ୍ଭ କରିଥିଲେ। ଏହା ସହ ସରକାର ‘ଭାରତ ଆଟା’ ଓ ‘ଭାରତ ଡାଲି’ ମଧ୍ୟ ବିକ୍ରି କରୁଛନ୍ତି।

ସୈନିକଙ୍କ ସ୍ୱାସ୍ଥ୍ୟ ଓ ମନୋବଳ ଜାତୀୟ ସୁରକ୍ଷାର ଅଂଶ: ରାଜନାଥ ସିଂହ

ଏହି ଅବସରରେ ରାଜନାଥ ସିଂହ କହିଥିଲେ ଯେ, ସୈନିକଙ୍କ ପରିଚାଳନାଗତ ପ୍ରସ୍ତୁତି କେବଳ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭର କରେ ନାହିଁ। ସେମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ, ମନୋବଳ ଏବଂ ସହନଶକ୍ତି ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ। କାରଣ, ସୈନିକମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ଦେଶର ସେବା କରିଥାନ୍ତି। ସୈନିକଙ୍କ କଲ୍ୟାଣ କୌଣସି ସାଧାରଣ ବିଷୟ ନୁହେଁ; ଏହା ଜାତୀୟ ସୁରକ୍ଷାର ଏକ ଅବିଚ୍ଛେଦ୍ୟ ଅଂଶ। ପୁଷ୍ଟିକର ଖାଦ୍ୟ, ଉନ୍ନତ ଉପକରଣ ଏବଂ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ସୈନିକଙ୍କ ମନୋବଳ ବଢ଼ାଇଥାଏ ଏବଂ ସେମାନଙ୍କୁ ପ୍ରତ୍ୟେକ ଆହ୍ୱାନର ସାମ୍ନା କରିବାକୁ ପ୍ରସ୍ତୁତ କରିଥାଏ। ଅପରେସନ୍‌ ସିନ୍ଦୂରର ରଣନୀତିକ ବିଶ୍ଳେଷଣରୁ ସଙ୍କେତ ମିଳୁଛି ଯେ ଭବିଷ୍ୟତର ସଂଘର୍ଷରେ ସତର୍କ ହେବା ପାଇଁ ମିଳୁଥିବା ସମୟ ଅତ୍ୟନ୍ତ କମ୍‌ ହୋଇପାରେ। ବିନା କୌଣସି ପୂର୍ବ ସତର୍କ ସୂଚନାରେ ସୃଷ୍ଟି ହେଉଥିବା ପରିସ୍ଥିତି ଏବଂ ଯୁଦ୍ଧରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଆମ ପ୍ରସ୍ତୁତିର କଠିନ ପରୀକ୍ଷା ନେଇପାରେ। ଏଭଳି ସଂଘର୍ଷ ଆମର ଲଜିଷ୍ଟିକ୍‌ ବ୍ୟବସ୍ଥା ଓ ଯୋଗାଣ ନେଟ୍‌ୱର୍କର ସହନଶୀଳତାକୁ ମଧ୍ୟ ପରୀକ୍ଷା କରିପାରେ। ଅଭିଯାନକୁ ନିରନ୍ତର ଜାରି ରଖିବା ପାଇଁ ଆମକୁ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ପଡ଼ିବ। ଏଫ୍‌ସିଆଇ ସହ ହୋଇଥିବା ଏହି ବୁଝାମଣାପତ୍ର ସେହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।”

୨୦୨୬-୨୭ ଆର୍ଥିକ ବର୍ଷରେ ଯୋଗାଣ

ନିର୍ଦ୍ଧାରିତ ପ୍ରତିରକ୍ଷା ମାନଦଣ୍ଡ ଅନୁଯାୟୀ ଚାଉଳ ପ୍ରସ୍ତୁତ କରାଯିବ। ୨୦୨୬-୨୭ ଆର୍ଥିକ ବର୍ଷରେ ନାଫେଡ୍‌ ମାଧ୍ୟମରେ ଏହି ଚାଉଳ ସେନାକୁ ଯୋଗାଇ ଦିଆଯିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button