ରାଜ୍ୟ

Bhitarkanika Eco Retreat: ୱାଇଲ୍ଡ ଲାଇଫ୍‌ ବୋର୍ଡ, ସିଆର୍‌ଜେଡ୍‌ ଅନୁମତି ନାହିଁ: ବନ୍ଦ ହେଲା ଭିତରକନିକା ଇକୋ ରିଟ୍ରିଟ୍‌

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ପେଣ୍ଠ ବେଳାଭୂମିରେ ୫ବର୍ଷ ଧରି ଆୟୋଜିତ ହୋଇଆସୁଥିବା ଇକୋ ରିଟ୍ରିଟ୍‌କୁ ବନ୍ଦ କରିଦିଆଯାଇଛି। ଇକୋ ରିଟ୍ରିଟ୍‌ ଆୟୋଜିତ ହେଉଥିବା ବେଳାଭୂମି ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭିତରେ ରହିଛି।

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ପେଣ୍ଠ ବେଳାଭୂମିରେ ୫ବର୍ଷ ଧରି ଆୟୋଜିତ ହୋଇଆସୁଥିବା ଇକୋ ରିଟ୍ରିଟ୍‌କୁ ବନ୍ଦ କରିଦିଆଯାଇଛି। ଇକୋ ରିଟ୍ରିଟ୍‌ ଆୟୋଜିତ ହେଉଥିବା ବେଳାଭୂମି ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭିତରେ ରହିଛି। ସମୁଦ୍ର ଜୁଆର ଆସୁଥିବା ଏହି ଅଞ୍ଚଳ ସିଆର୍‌ଜେଡ୍‌ ଓ ଇକୋ ସେନ୍‌ସିଟିଭ୍‌ ଜୋନ୍‌ରେ ଯାଉଛି।

ଏଠାରେ ସ୍ଥାୟୀ ଓ ଅସ୍ଥାୟୀ କାର୍ଯ୍ୟ ପୂର୍ବରୁ ପ୍ରଥମେ ୱାଇଲ୍ଡ ଲାଇଫ୍‌ ବୋର୍ଡର ଅନୁମତି, ସିଆର୍‌ଜେଡ୍‌ ଅନୁମତି ଆବଶ୍ୟକ। କୌଣସି ଅନୁମତି ନ ଥିବାରୁ ଚଳିତବର୍ଷ ଭିତରକନିକା ଇକୋ ରିଟ୍ରିଟ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ୨୦୨୦ରେ ପ୍ରଥମଥର ପାଇଁ ଭିତରକନିକାର ନଳିତାପାଟିଆରେ ଇକୋ ରିଟ୍ରିଟ୍‌ ଆୟୋଜିତ ହୋଇଥିଲା। ଏହାକୁ ଅଧିକ ସଫଳ କରିବା ପାଇଁ ୫ବର୍ଷ ଧରି ନଳିତାପାଟିଆ ପରିବର୍ତ୍ତେ ପେଣ୍ଠ ବେଳାଭୂମିରେ ଇକୋ ରିଟ୍ରିଟ୍‌ ଆୟୋଜନ କରାଯାଇଥିଲା। ହେଲେ, ଗତ ୧୬ତାରିଖରୁ ସାତକୋଶିଆ, ଦାରିଙ୍ଗିବାଡ଼ି ଓ ହୀରାକୁଦରେ ଇକୋ ରିଟ୍ରିଟ୍‌ ଆରମ୍ଭ ହୋଇସାରିଥିଲା ବେଳେ ପେଣ୍ଠରେ ଭିତରକନିକା ଇକୋ ରିଟ୍ରିଟ୍‌ ବନ୍ଦ କରିଦିଆଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button