ଜାତୀୟ

CBSE : ସିବିଏସଇ ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶିତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଫଳାଫଳ ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀମାନେ ବୋର୍ଡର ସରକାରୀ ୱେବସାଇଟ୍ cbse.gov.in ଏବଂ results.cbse.nic.in କୁ ଯାଇ ସେମାନଙ୍କର ଫଳାଫଳ ଓ ମାର୍କସିଟ୍ ଯାଞ୍ଚ କରିପାରିବେ। କେବଳ ୱେବସାଇଟ୍ ନୁହେଁ, ବରଂ ଇଣ୍ଟରନେଟ୍ ସୁବିଧା ନଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଅନ୍ୟ ବିକଳ୍ପ ମାଧ୍ୟମରେ ନିଜର ମାର୍କ ଜାଣିପାରିବେ। ‘ଉମଙ୍ଗ’ ଆପ୍ ବ୍ୟବହାର କରୁଥିବା ଛାତ୍ରଛାତ୍ରୀମାନେ ଏହାକୁ ଖୋଲି ସର୍ଚ୍ଚ ବକ୍ସରେ ””ସିବିଏସଇ ସେବା”” ଖୋଜିବା ପରେ “କ୍ଲାସ୍ ଦ୍ୱାଦଶ ରେଜଲ୍ଟ” ବିକଳ୍ପ ଉପରେ କ୍ଲିକ୍ କରି ନିଜର ବିବରଣୀ ପ୍ରଦାନ କଲେ ସ୍କ୍ରିନରେ ପ୍ରୋଭିଜନଲ୍ ମାର୍କସିଟ୍ ଦେଖିପାରିବେ ଏବଂ ଏହାକୁ ଡାଉନଲୋଡ୍ ମଧ୍ୟ କରିପାରିବେ।

ଡିଜିଲକର ମାଧ୍ୟମରେ ଡାଉନଲୋଡ୍ କରିପାରିବେ ପ୍ରୋଭିଜନଲ୍ ମାର୍କସିଟ୍

ଏହା ବ୍ୟତୀତ ଡିଜିଲକର ମାଧ୍ୟମରେ ମଧ୍ୟ ଫଳାଫଳ ଯାଞ୍ଚ କରିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଛାତ୍ରଛାତ୍ରୀମାନେ digilocker.gov.in ୱେବସାଇଟ୍ କିମ୍ବା ଆପରେ ନିଜର ଆଧାର କିମ୍ବା ପଞ୍ଜିକୃତ ମୋବାଇଲ୍ ନମ୍ବର ସାହାଯ୍ୟରେ ଲଗଇନ୍ କରିବା ଆବଶ୍ୟକ। ଏହାପରେ ଶିକ୍ଷା ବିଭାଗ ଅଧୀନରେ ଥିବା ସିବିଏସଇ ବିକଳ୍ପକୁ ଚୟନ କରି “କ୍ଲାସ୍ ଦ୍ୱାଦଶ ମାର୍କସିଟ୍” ଉପରେ କ୍ଲିକ୍ କରିବାକୁ ପଡ଼ିବ। ନିଜର ରୋଲ୍ ନମ୍ବର ଓ ଅନ୍ୟାନ୍ୟ ଆବଶ୍ୟକୀୟ ବିବରଣୀ ପୂରଣ କରିବା ମାତ୍ରେ ସ୍କ୍ରିନରେ ମାର୍କସିଟ୍ ପ୍ରଦର୍ଶିତ ହେବ, ଯାହାକୁ ଭବିଷ୍ୟତ ପାଇଁ ସୁରକ୍ଷିତ ଭାବେ ଡାଉନଲୋଡ୍ କରାଯାଇପାରିବ। ବୋର୍ଡ ପକ୍ଷରୁ ଏହି ସମସ୍ତ ପ୍ରକ୍ରିୟାକୁ ଅତି ସହଜ ଓ ଛାତ୍ରଛାତ୍ରୀଙ୍କ ଅନୁକୂଳ କରାଯାଇଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button