ରାଜ୍ୟ

Bhubaneswar Horror ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଛୁରାମାଡ଼

ଖୋର୍ଦ୍ଧାରୁ ଲିଫ୍ଟ ନେବା ପରେ ଜଙ୍ଗଲକୁ ନେଇ ଯୁବତୀଙ୍କୁ କଥିତ ଦୁଷ୍କର୍ମ ଉଦ୍ୟମ ଓ ଛୁରାମାଡ଼ କରାଯାଇଥିଲା। କ୍ଷତାକ୍ତ ଅବସ୍ଥାରେ ପ୍ରାୟ ୧୨ କିମି ଦୌଡ଼ି ୧୧୨କୁ ସୂଚନା ଦେବା ପରେ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା। ଅଭିଯୁକ୍ତକୁ ଗିରଫ କରାଯାଇ ଏକାଧିକ ସଙ୍ଗିନ ଦଫାରେ ମାମଲା ରୁଜୁ ହୋଇଛି।

ରତନପୁର କାଜୁ ଜଙ୍ଗଲରେ କ୍ଷତାକ୍ତ ଅବସ୍ଥାରେ ୧୨କିମି ଦୌଡ଼ିଥିଲେ ପୀଡ଼ିତା

ଭୁବନେଶ୍ବର (ସୂରଯ ମଲ୍ଲିକ): ଯୁବତୀଙ୍କ ବ୍ୟସ୍ତ ଓ ବିବ୍ରତାର ସୁଯୋଗ ନେଇଥିଲା ଅଭିଯୁକ୍ତ। ଲିଫ୍‌ଟ ଦେବା ଆଡ଼ୁଆଳରେ ଜଙ୍‌ଗଲ ରାସ୍ତାରେ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ପ୍ରତିବାଦ କରିବାରୁ ଛୁରାମାଡ଼ କରିଥିଲା। ଅଭିଯୁକ୍ତ ଠାରୁ ବର୍ତ୍ତିବାକୁ ଯୁବତୀଜଣକ ସାହସର ସହ ଦୀର୍ଘ ୧୨ କିମି ଦୌଡ଼ି ସଂଘର୍ଷ କରିଥି‌ଲେ, ରତନପୁର କାଜୁ ଜଙ୍ଗଲରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ଯୁବତୀ ନିଜର ଲୋମଟାଙ୍କୁରା, ଭୟାନକ ରାତିର ଘଟଣା ଏଭଳି ଦେଇଛନ୍ତି।

ପୀଡ଼ିତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇବା ପରେ  ପୁଲିସ ତାଙ୍କର ବୟାନ ରେକର୍ଡ କରିଛନ୍ତି। ଅପରପଟେ କାମୁକ ସୁନୀଲ ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ପୁଲିସ ତାକୁ ଏକ ଜଙ୍ଗଲ ନିକଟରୁ ଗିରଫ କରିଛି ଇନ୍‌ଫୋଭ୍ୟାଲି ପୁଲିସ। ସୁନୀଲ ନାଁରେ ଅପହରଣ, ଦୁଷ୍କର୍ମ ଉଦ୍ୟମ, ଯୁବତୀଙ୍କୁ ଆକ୍ରମଣ ସମେତ ପ୍ରାୟ ୧୦ଟି ସଙ୍ଗିନ୍ ଦଫା ଲଗାଯାଇଛି। ଖୁବ୍‌ଶୀଘ୍ର ରିମାଣ୍ଡ୍‌ରେ ଆଣି ତା’ର ଟିଆଇ ପରେଡ୍ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ଆଜି ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଖବର ଅନୁସାରେ, ଗତକାଲି ପୀଡ଼ିତା ଖୋର୍ଦ୍ଧା କଲେକ୍ଟର୍ ଛକ ନିକଟ ବସ୍ ଷ୍ଟପେଜ୍‌ରେ ଠିଆ ହୋଇ ଭୁବନେଶ୍ବର ଅଭିମୁଖେ ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ପୀଡ଼ିତା ଅସ୍ତବ୍ୟସ୍ତ ହୋଇ ନିଜ ମୋବାଇଲ୍‌କୁ ବାରମ୍ବାର ଦେଖୁଥିଲେ। ଆଉ ଏ ସବୁକୁ ଦୂରରେ ଥାଇ ଅଭିଯୁକ୍ତ ସୁନୀଲ ଦେଖିଥିଲା। ପରେ ଓରଉଣ୍ଡି ଏକୁଟିଆ ଥିବା ଯୁବତୀଙ୍କ ପାଖକୁ ଆସି ତାଙ୍କ ସହ କଥା ହୋଇଥିଲା। ଏହା ପରେ ପୀଡ଼ିତା କେଉଁଆଡ଼େ ଯିବେ ବୋଲି ସେ ପଚାରିଥିଲା। ପ୍ରଥମେ ପ୍ରଥମେ ସୁନୀଲଙ୍କ କଥାକୁ ପୀଡ଼ିତା ଏଡ଼ାଇଥିଲେ। ମାତ୍ର ଗୋଟେ ପଟେ ମୋବାଇଲ୍ ଚାର୍ଜ ସରିବାକୁ ବସିଥିବା ବେଳେ ଅନ୍ୟ ପଟେ ଭୁବନେଶ୍ବର ଯିବାକୁ କୌଣସି ବସ୍ ଆସୁନଥିଲେ। ତେଣୁ ଅନ୍ୟ ଉପାୟ ନ ପାଇ ପୀଡ଼ିତା ସୁନୀଲର ପ୍ରସ୍ତାବରେ ରାଜି ହୋଇଥିଲା। ଖୋର୍ଦ୍ଧାରୁ ଭୁବନେଶ୍ବର ଆସିବା ବେଳେ  ପିତାପଲ୍ଲୀ ନିକଟରେ କାଜୁ ଜଙ୍ଗଲକୁ ଗାଡ଼ି ମୁହାଁଇଥିଲେ। ଭୁବନେଶ୍ବରକୁ ସିଧା ରାସ୍ତା ଥିବା ବେଳେ ଜଙ୍ଗଲ ମଧ୍ୟରେ ଯିବାକୁ ନେଇ ପୀଡ଼ିତା ପ୍ରଶ୍ନ ପଚାରିଥିଲେ। ହେଲେ ସୁନୀଲ ତାଙ୍କୁ ଜଙ୍ଗଲରେ ସର୍ଟକଟ୍ ରାସ୍ତା ଥିବା କଥା କହି ଭିତରକୁ ନେଇଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button