ରାଜ୍ୟ

Rath Yatra security ଯାତ୍ରାରେ ମାତିଛନ୍ତି ତସ୍କର, ୪ ଦିନରେ ବନ୍ଧା ହେଲେଣି ୧୪୩

ରଥଯାତ୍ରା ୨୦୨୬ ଅବସରରେ ପୁରୀ ପୁଲିସର ସ୍ୱତନ୍ତ୍ର ଅଭିଯାନରେ ୪ ଦିନ ମଧ୍ୟରେ ୧୪୩ ତସ୍କର ଗିରଫ ହୋଇଥିବାବେଳେ ୨୫୦ରୁ ଅଧିକ ଚୋରି ମୋବାଇଲ ଫୋନ୍ ଜବତ କରାଯାଇଛି। ରଥଯାତ୍ରା ସମୟରେ ସମସ୍ତ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ପୁରୀ (ଶ୍ୟାମା କାହ୍ନା ପଟ୍ଟନାୟକ): ରଥାଯାତ୍ରାରେ ବିପୁଳ ଜନସମାବେଶକୁ ଦେଖି ଚୋରତସ୍କରଙ୍କ କରାମତି ମଧ୍ୟ ବୃଦ୍ଧି ପାଇଛି। ତସ୍କର ନିୟନ୍ତ୍ରଣ ଅଭିଯାନରେ ପୁଲିସ ଗତ ୪ ଦିନ ମଧ୍ୟରେ ୧୪୩ ଜଣଙ୍କୁ ଗିରଫ କରିଛି ଓ ସେମାନଙ୍କ ନିକଟରୁ ୨୫୦ରୁ ଅଧିକ ମୋବାଇଲ୍‌ ଫୋନ୍‌ ଜବତ କରିଛି।

ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ଚାରି ଦିନ ମଧ୍ୟରେ ବିଭିନ୍ନ ଥାନା ଓ ଆଣ୍ଟି-ସ୍ନାଚିଂ ଟିମ୍‌ର ମିଳିତ ଚଢ଼ଉରେ ଛିନତାଇ କରୁଥିବା ମୋଟ ୧୪୩ ଜଣକୁ ପୁଲିସ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୨୫୦ରୁ ଅଧିକ ଚୋରି ମୋବାଇଲ ଫୋନ୍ ଜବତ କରାଯାଇଛି। ଟାଉନ ଥାନା ସର୍ବାଧିକ ୪୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସିଂହଦ୍ୱାର ଥାନା ୩୫, କୁମ୍ଭାରପଡ଼ା ଥାନା ୩୧, ସମୁଦ୍ରକୂଳ ଥାନା ୧୫, ବଳିଆପଣ୍ଡା ଥାନା ୧୩ ଓ ତାଳବଣିଆ ଥାନା ୨ ଜଣ ଅଭିଯୁକ୍ତଙ୍କୁ ଧରାଯାଇଛି।

ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଉଦ୍ଧାର ହୋଇଥିବା ମୋବାଇଲ ଫୋନ୍‌ଗୁଡ଼ିକୁ ସେମାନଙ୍କର ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଛି। ରଥଯାତ୍ରା ସମୟରେ ବଡ଼ଦାଣ୍ଡ, ଶ୍ରୀଜଗନ୍ନାଥ ମନ୍ଦିର ପରିସର, ଗୁଣ୍ଡିଚା ମନ୍ଦିର, ସମୁଦ୍ରକୂଳ, ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ, ପାର୍କିଂସ୍ଥଳୀ ସମେତ ସମସ୍ତ ଜନଗହଳିପୂର୍ଣ୍ଣ ସ୍ଥାନରେ ସାଦା ପୋଷାକଧାରୀ ପୁଲିସ, ସ୍ୱତନ୍ତ୍ର ଆଣ୍ଟି-ସ୍ନାଚିଂ ଟିମ୍ ଓ ସିସିଟିଭି ନିରୀକ୍ଷଣ ମାଧ୍ୟମରେ କଡ଼ା ନଜର ରଖାଯାଉଛି। ଗୁଇନ୍ଦା ସୂଚନା ଆଧାରରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରାଯାଉଛି।

ଘଟଣାକୁ ନେଇ ପୁରୀ ଏସ୍‌ପି ଶ୍ରୀ ସିଂ କହିଛନ୍ତି,, ରଥଯାତ୍ରା ସମୟରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପୁରୀ ପୁଲିସର ସର୍ବୋଚ୍ଚ ପ୍ରାଥମିକତା। ଛିନ୍‌ତାଇ, ଚୋରି ଓ ସମ୍ପତ୍ତି ସମ୍ବନ୍ଧୀୟ ଅପରାଧକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଏହି ସ୍ୱତନ୍ତ୍ର ଅଭିଯାନକୁ ଆହୁରି ଜୋରଦାର କରାଯାଇଛି। ଏବଂ ଆଗାମୀ ଦିନରେ ମଧ୍ୟ ଏହା ନିରନ୍ତର ଜାରି ରହିବ। ସେହିପରି ଜନଗହଳିପୂର୍ଣ୍ଣ ସ୍ଥାନରେ ମୋବାଇଲ, ପର୍ସ, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ପ୍ରତି ସତର୍କ ରହିବା ସହ କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ସ୍ନାଚିଂ ଘଟଣା ଦେଖିଲେ ତୁରନ୍ତ ପୁଲିସ କିମ୍ବା ଜରୁରୀକାଳୀନ ନମ୍ବର ୧୧୨କୁ ସୂଚନା ଦେବାକୁ ପୁରୀ ପୁଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button