ରାଜ୍ୟ

Bike accident ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ୪ ଗୁରୁତର

ଭଞ୍ଜନଗରର ଯୋଗିମାରୀ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ନିଶାଶକ୍ତ ଅବସ୍ଥାରେ ବାଇକ୍‌ ଚଳାଇଥିବା ଅଭିଯୋଗକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ଭଞ୍ଜନଗର:  ଭଞ୍ଜନଗର ଥାନା ଅଧୀନ ଯୋଗିମାରୀ ଗ୍ରାମ ନିକଟରେ ଦୁଇଟି ମୋଟରସାଇକଲ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ବେଲଗୁଣ୍ଠା ଥାନା ଅଧିନ ପନ୍ତିଖାରି ଗ୍ରାମର ସନ୍ତୋଷ କୁମାର ଗୌଡ(୪୫)।

ସୂଚନାନୁସାରେ, ସନ୍ତୋଷ ନିଜ ପତ୍ନୀ ସାବିତ୍ରୀ ଓ ଝିଅ ରାଜଲକ୍ଷ୍ମୀକୁ ସାଙ୍ଗରେ ନେଇ ଶ୍ବଶୁର ଘର ବାହାଡ଼ପଦରକୁ ଆସିଥିଲେ। ସନ୍ଧ୍ୟା ସମୟରେ ସେଠାରୁ ମୋଟରସାଇକଲ୍‌ରେ ନିଜ ଗାଁକୁ ଫେରୁଥିଲେ।  ଯୋଗୀମାରୀ ଗ୍ରାମର ପରେ ରହିଥିବା ଏକ ବୁଲାଣି ଠାରେ ବିପରୀତ ଦିଗରୁ ଆସୁଥିବା ଏକ ମୋଟରସାଇକଲ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ମୋଟରସାଇକଲ୍‌ରେ ସାନକୋଦଣ୍ଡାର ଚନ୍ଦ୍ରକାନ୍ତ ସ୍ବାଇଁ ଓ ଜିତେନ୍ଦ୍ର ପ୍ରଧାନ ବସିଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଆମ୍ବୁଲାନ୍ସ୍‌ ସହାୟତାରେ ଡାକ୍ତରଖାନାରେ ସମସ୍ତଙ୍କୁ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସନ୍ତୋଷକୁ ମୃତ ଘୋଷଣା କରିଥିଲେ। ଝିଅର ଡାହାଣ ଗୋଡ଼ ଭାଙ୍ଗିବା ସହ ଗଭୀର ଆଘାତ ଲାଗିଥିବା ଜଣାପଡିଛି।

ବିପରୀତ ଦିଗରୁ ଆସୁଥିବା ଦୁଇ ଯୁବକ ନିଶାଶକ୍ତ ଥିବାରୁ ଏଭଳି ଦୁର୍ଘଟଣା ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରିଛନ୍ତି।  ତଦନ୍ତ ପରେ ଏହି ଅଭିଯୋଗ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ପୁଲିସ ଘଟଣାସ୍ଥଳରୁ ଦୁଇଟି ମୋଟରସାଇକଲ୍‌ ଯୋଗ ଜବତ କରିବା ସହ ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button