ଜାତୀୟ

Bittu Tabahi cleanup drive : ବିଟ୍ଟୁ ତବାହିଙ୍କ ସଫେଇ ଅଭିଯାନ,୨,୪୩୫ କିଲୋ ଅଳିଆ ସଫା କଲେ

ନୂଆଦିଲ୍ଲୀ,୨୪\୯ : ‘ବିଟ୍ଟୁ ତବାହି’ ନାମରେ ଲୋକପ୍ରିୟ ସୁରେନ୍ଦ୍ର ସିଂହ ଚୌଧରୀଙ୍କ ସ୍ୱଚ୍ଛତା ଅଭିଯାନ ଆଉ ମଧ୍ୟପ୍ରଦେଶରେ ସୀମିତ ହୋଇନାହିଁ । କ୍ଲିନ ୱିଥ୍ ବିଟ୍ଟୁ ମିଶନ ଜରିଆରେ ଦେଶର ବିଭିନ୍ନ ଅଞ୍ଚଳରେ ସେ ପହଞ୍ଚୁଛନ୍ତି । ମଧ୍ୟପ୍ରଦେଶର ଅଜନାର ନଦୀ ଓ ଦିଲ୍ଲୀର ଯମୁନା ସଫେଇ ପ୍ରୟାସ ପାଇଁ ଦେଶ ବିଦେଶରେ ପ୍ରଶଂସିତ ହେବା ପରେ ବିଟ୍ଟୁ ଏବେ ଗୁରୁଗ୍ରାମ ଓ ନୋଇଡ଼ାରେ ପହଞ୍ଚିଛନ୍ତି । ସର୍ବସାଧାରଣ ସ୍ଥାନ ଓ ନଦୀତଟରେ ବୃଦ୍ଧି ପାଉଥିବା ବର୍ଜ୍ୟ ସମସ୍ୟାର ମୁକାବିଲା ଲାଗି ସେ ଲୋକଙ୍କୁ ଅନୁରୋଧ କରୁଛନ୍ତି ।

ଗତ ୨୦ ତାରିଖ ଦିଲ୍ଲୀରେ ୩ ଦିନିଆ ସଫେଇ ଅଭିଯାନରେ ବିଟ୍ଟୁ ଓ ତାଙ୍କ ଟିମ୍ ପ୍ରାୟ ୫୮୫ କିଲୋ ବର୍ଜ୍ୟ ସଂଗ୍ରହ କରିଥିଲେ । ପର ଦିନ ଅଭିଯାନ ଗୁରୁଗ୍ରାମରେ ପହଞ୍ଚିଲା । ଖେଡ୍କି ଦଉଲା ନିକଟରେ ଜମା ଭାରୀ ମାତ୍ରାର ଆବର୍ଜନା ସଫେଇ ଦାୟିତ୍ୱ ନେଲା ଟିମ୍ । ବିଟ୍ଟୁଙ୍କ ସୋସିଆଲ ମିଡିଆ ପୋଷ୍ଟ ଅନୁସାରେ, ଗୁରୁଗ୍ରାମ ଅଭିଯାନରେ ୨,୪୩୫ କିଲୋ ବର୍ଜ୍ୟ ହଟାଯାଇଛି । ଅନେକ ସ୍ଥାନୀୟ ବାସିନ୍ଦା ବି ଯୋଗ ଦେଇ ବିଟ୍ଟୁ ଓ ତାଙ୍କ ଟିମକୁ ସଫେଇ ଅଭିଯାନରେ ସାହାଯ୍ୟ କରିଥିଲେ । ବିଟ୍ଟୁ ଶେୟାର କରିଥିବା ଭିଡିଓରେ ଖେଡକି ଦଉଲା ଅଞ୍ଚଳ ପ୍ଲାଷ୍ଟିକ୍ ଓ ଅନ୍ୟ ବର୍ଜ୍ୟରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଲା । ପ୍ଲାଷ୍ଟିକ୍ ବର୍ଜ୍ୟର ସ୍ୱାସ୍ଥ୍ୟ ଉପରେ ହାନିକାରକ ପ୍ରଭାବ ବିଷୟରେ ବିଟ୍ଟୁ ଆଲୋକପାତ କରିବା ସହିତ ସଫେଇ ଅଭିଯାନ ଆରମ୍ଭ କଲେ । ଦିଲ୍ଲୀ ଓ ଗୁରୁଗ୍ରାମ ପରେ ଅଭିଯାନର ଶେଷ ଚରଣ ନୋଇଡ଼ାରେ ଆରମ୍ଭ ହେଲା । ସେକ୍ଟର ୯୪ରେ ଯୁବ ଶକ୍ତି ଘାଟରେ ବିଟ୍ଟୁ ସଫେଇ ଅଭିଯାନ ଘୋଷଣା କଲେ, ଯାହା ସକାଳ ୬ଟାରେ ଆରମ୍ଭ ହେଲା । ଯମୁନା ନଦୀ ସାମ୍ନାକୁ ସଫା କରିବା ଲାଗି ସେ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button