ଜୀବନଚର୍ଚ୍ଚାଜୀବନଚର୍ଯ୍ୟା

Hydra Facial: ଚେହେରା ହୈ ୟା ଚାନ୍ଦ୍‌ ଖିଲା ‌ହୈ… ରୁକ୍ଷ ଚର୍ମ ପାଇଁ ‘ହାଇଡ୍ରା ଫେସିଆଲ୍‌’

‘ଚେହେରା ‌ହୈ ୟା ଚାନ୍ଦ୍‌ ଖିଲା ହୈଁ...’ ଗୀତଟି ଆଜି ବି ଚିର ସବୁଜ ହୋଇ ରହିଛି। ମୁହଁ ବା ଚେହେରାକୁ ନେଇ କାବ୍ୟ କବିତାରୁ ଆରମ୍ଭ କରି ଚଳଚ୍ଚିତ୍ରରେ ବହୁ ସୁନ୍ଦର ଗୀତ ରହିଛି। କବି, ମୁହଁକୁ କେତେବେଳେ କଇଁ ଓ ପଦ୍ମ ସହ ତ କେତେବେଳେ ଜହ୍ନ ସହ ତୁଳନା କରିଆସିଛନ୍ତି।

‘ଚେହେରା ‌ହୈ ୟା ଚାନ୍ଦ୍‌ ଖିଲା ହୈଁ…’ ଗୀତଟି ଆଜି ବି ଚିର ସବୁଜ ହୋଇ ରହିଛି। ମୁହଁ ବା ଚେହେରାକୁ ନେଇ କାବ୍ୟ କବିତାରୁ ଆରମ୍ଭ କରି ଚଳଚ୍ଚିତ୍ରରେ ବହୁ ସୁନ୍ଦର ଗୀତ ରହିଛି। କବି, ମୁହଁକୁ କେତେବେଳେ କଇଁ ଓ ପଦ୍ମ ସହ ତ କେତେବେଳେ ଜହ୍ନ ସହ ତୁଳନା କରିଆସିଛନ୍ତି। କିନ୍ତୁ ଶୀତଋତୁରେ ଦେଖାଯାଏ ବ୍ୟତିକ୍ରମ। ଏହି ସମୟରେ ତ୍ୱଚାର ଔଜ୍ଜ୍ବଲ୍ୟ ହଜିଯାଏ। ବିଶେଷକରି ମୁହଁର ଶୁଷ୍କ ତ୍ବଚା, ନାରୀ ଓ ପୁରୁଷ ଉଭୟଙ୍କର ସୌନ୍ଦର୍ଯ୍ୟ ହଜାଇଦିଏ। କୌଣସି ସାଧାରଣ କ୍ରିମ୍‌, ଭେସ୍‌ଲିନ୍‌, ପାଉଡର ବୋଳି ବା ଗ୍ଲିସେରିନ୍‌ ସାବୁନ ଲଗାଇ ମୁହଁର ଶୀତିଦିନିଆ ଶୁଷ୍କ ତ୍ବଚାରେ ପୁଣି ଚମକ ଭରିବା ସମ୍ଭବ ହୁଏ ନାହିଁ। ତେଣୁ ବର୍ଷସାରା ବେଶ୍‌ କଇଁ, ପଦ୍ମ ତଥା ଜହ୍ନ ଭଳି ସୁନ୍ଦର ଦେଖାଯାଉଥିବା ମୁହଁଟି ହଠାତ୍ ଶୀତ ପ୍ରଭାବରେ ଚିକ୍କଣ ହରାଇ ବିବର୍ଣ୍ଣ ଦିଶେ। କିନ୍ତୁ ଆଜିକାଲି ଶୀତଦିନିଆ ଫେସିଆଲ୍‌ ଏଭଳି ସମସ୍ୟାର ସମାଧାନ ନେଇ ଆସିଛି। ଏଥିପାଇଁ ପାର୍ଲର୍‌ରେ ମିଳୁଛି ଶୀତିଦିନିଆ ଫେସିଆଲ୍‌ ସର୍ଭିସ୍‌। ଏହି ପଦ୍ଧତିକୁ ମଧ୍ୟ ଘରୋଇ ଭାବେ ବ୍ୟବହାର କରି ମହିଳାମାନେ ନିଜ ଚେହେରାର ଚମକ ହଜାଇବାକୁ ଦେଉନାହାନ୍ତି। ବର୍ତ୍ତମାନ ଚାହିଦାରେ ଥିବା ସେହିଭଳି କିଛି ଫେସିଆଲ୍‌କୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା।

ପ୍ରିୟଙ୍କା ରାୟ

ରୁକ୍ଷ ଚର୍ମକୁ ଆର୍ଦ୍ର କରିବା ସହିତ ସେଥିରେ ଚମକ ଆଣିବା ପାଇଁ ବର୍ତ୍ତମାନ ‘ହାଇଡ୍ରା ଫେସିଆଲ୍‌’ର ବେଶ୍‌ ଚାହିଦା ରହିଛି। ଏହା ଚେହେରାର ଥିବା ମୃତ କୋଷଗୁଡ଼ିକୁ ବାହାର କରିବା ସହିତ ମଇଳା ସଫା କରିଥାଏ। ଏହି ଫେସିଆଲ୍‌ରେ ଚର୍ମ ଭିତରେ ଆଣ୍ଟିଅକ୍ସିଡାଣ୍ଟ ସେରମ୍ ଭର୍ତ୍ତି କରାଯାଇଥାଏ, ଯେଉଁ କାରଣରୁ ଚେହେରାର ଚର୍ମରେ ଆର୍ଦ୍ରତା ବୃଦ୍ଧି ପାଇଥାଏ। ଏହା କରିବା ପରେ ଚେହେରା ସତେଜ ଦେଖାଯିବା ସହିତ ଏକ ୟଙ୍ଗ୍‌ ଲୁକ୍‌ ଦେଉଥିବାରୁ ବିଭିନ୍ନ ବୟସର ମହିଳାମାନେ ଏହା କରୁଛନ୍ତି ବୋଲି ବିୟୁଟିସିଆନ୍‌ ଲୋପାମୁଦ୍ରା କହିଛନ୍ତି।

ଜଳୀୟ ଅଂଶ ରକ୍ଷା ପାଇଁ ‘ଫ୍ରୁଟ୍‌ ଫେସିଆଲ୍‌’
ଶୀତ ଋତୁ ଆରମ୍ଭ ହେବା ମାତ୍ରେ ତ୍ୱଚା ଉପରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯାଏ। ଏହା ଶୁଷ୍କ ହେବା, ଭାଙ୍ଗ ପଡ଼ିଯିବା, କୁଣ୍ଡେଇ ହେବା ଭଳି ସମସ୍ୟା ଦେଖାଯାଏ। ତେଣୁ ଏହି ଶୁଷ୍କ ତ୍ୱଚାରେ ଜଳୀୟଅଂଶ ବୃଦ୍ଧି କରେ ଫ୍ରୁଟ୍‌ ଫେସିଆଲ। ଏହି ଫେସିଆଲ ମଧ୍ୟରେ ବର୍ତ୍ତମାନ  ମିଣ୍ଟ୍‌, ବାନାନା, ଆଲୋଭେରା, ପପୟା, ଷ୍ଟ୍ରବେରି ଫେସିଆଲ୍‌ର ବହୁତ ଚାହିଦା ରହିଛି। ଏହାର ମୂଲ୍ୟ ୫ଶହ ଟଙ୍କାରୁ ଆରମ୍ଭ ହେଉଛି।
ପୋଷଣରେ ଭରପୂର ‘ଅକ୍ସିଜେନ୍‌ ଫେସିଆଲ୍‌’
ଏହି ପଦ୍ଧତି ତ୍ୱଚାକୁ ପୋଷକତତ୍ତ୍ୱ ଓ ଅମ୍ଳଜାନ ଯୋଗାଇଥାଏ। ଏହି ପଦ୍ଧତିରେ ଉଚ୍ଚ ଚାପ ଜରିଆରେ ଚେହେରା ତ୍ୱଚାରେ ଅମ୍ଳଜାନର ପ୍ରୟୋଗ କରାଯାଏ। ଏହା ପରେ ଏଥିରେ ହାଇଲୋନୋରିକ ଏସିଡ୍‌ ଲଗାଯାଏ। ଏହା ଦ୍ୱାରା କୋଲିଜେନ୍‌ର ମାତ୍ରା ବଢ଼ିବା ସହିତ ଚେହେରା ସତେଜ ଦେଖାଯାଏ।

ତ୍ୱଚାକୁ ସୁରକ୍ଷା ଦିଏ ‘ଭିଟାମିନ୍ ସି ଫେସିଆଲ୍‌’
ଶୀତିଦିନିଆ ଥଣ୍ଡା ପବନ ଚର୍ମକୁ ରୁକ୍ଷ କରିଦିଏ। ତ୍ୱଚାର ଜଳୀୟ ଅଂଶ କମିଯିବାରୁ ତ୍ୱଚା‌େର ଭାଙ୍ଗ ପଡ଼ିଯାଏ। ଏହାକୁ ରୋକିବାରେ ‘ଭିଟାମିନ୍ ସି ଫେସିଆଲ’ ସହାୟକ ହୁଏ। ଏହା ଶରୀରର ଜଳୀୟ ଅଂଶ ସୁରକ୍ଷିତ କରି ରଖିବା ସହିତ ଉଜ୍ଜ୍ୱଳତା ପ୍ରଦାନ କରେ।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button