ମହାନଗର

କେନ୍ଦ୍ରୀୟ ବ୍ୟାଙ୍କମାନେ ବଢାଇଲେ ସୁନା କିଣା, ଜାଣନ୍ତୁ କେଉଁ ଦେଶ Gold Reserve କେତେ

ନୂଆଦିଲ୍ଲୀ : ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କମାନେ ଲଗାତାର ନିଜର ସ୍ୱର୍ଣ୍ଣ ଭଣ୍ଡାର ବଢାଇବାରେ ଲାଗିଛନ୍ତି। ‘ଦି କୋବେସୀ ଲେଟର’ ଅନୁସାରେ ଫେବୃଆରୀରେ କେନ୍ଦ୍ରୀୟ ବ୍ୟାଙ୍କମାନେ ପାଖାପାଖି ୧୯ ଟନ ସୁନା କ୍ରୟ କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କମାନଙ୍କ ସୁନା କ୍ରୟର ଏହା ୨୩ତମ ମାସ। ଜାନୁୟାରୀରେ ୬ ଟନ ସୁନା କ୍ରୟ ସହିତ ଚଳିତବର୍ଷ ଏ ପର୍ଯ୍ୟନ୍ତ କେନ୍ଦ୍ରୀୟ ବ୍ୟାଙ୍କମାନେ ସେମାନଙ୍କ ସ୍ୱର୍ଣ୍ଣ ଭଣ୍ଡାରେର ପାଖାପାଖି ୨୫ ଟନ ସୁନା ଯୋଡିଛନ୍ତି। ଏଥିରୁ ଅନିଶ୍ଚିତ ସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କମାନେ ମଧ୍ୟ ସୁନାକୁ ଏକ ସୁରକ୍ଷିତ ନିବେଶ ମନେ କରୁଥିବ ସ୍ପଷ୍ଟ ହୋଇଯାଇଛି।

କେଉଁ ଦେଶ କେତେ ବଢାଇଛନ୍ତି ନିଜ ସ୍ୱର୍ଣ୍ଣ ଭଣ୍ଡାର
ଫେବୃଆରୀରେ ନିଜ ସ୍ୱର୍ଣ୍ଣ ଭଣ୍ଡାର ସମ୍ପ୍ରସାରଣରେ ପୋଲାଣ୍ଡ ନ୍ୟାସନାଲ ବ୍ୟାଙ୍କ ଆଗରେ ଥିଲା। ପୋଲାଣ୍ଡ ପାଖାପାଖି ୨୦ ଟନ ସୁନା କିଣିଥିଲା। ଏହି କ୍ରୟ ସହ ପୋଲାଣ୍ଡ ସ୍ୱର୍ଣ୍ଣ ଭଣ୍ଡାର ବଢି ୫୭୦ ଟନକୁ ପହଞ୍ଚି ଥିଲା। ଏହା ଦେଶର ମୋଟ ବିଦେଶୀ ମୁଦ୍ରାଭଣ୍ଡାରର ପାଖାପାଖି ୩୧%। ଉଜବେକିସ୍ତାନ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ନିଜ ସ୍ୱର୍ଣ୍ଣ ଭଣ୍ଡାରକୁ ବଢାଇଛି। ଏଥିରେ ଉଜବେକିସ୍ତାନ ୮ ଟନ ସୁନା କିଣିଛି। ଫଳରେ ଦେଶର ମୋଟ ସ୍ୱର୍ଣ୍ଣ ଭଣ୍ଡାର ୪୦୭ ଟନକୁ ପହଞ୍ଚିଛି। ଏହା ଉଜବେକିସ୍ତାନ ବୈଦେଶିକ ମୁଦ୍ରାଭଣ୍ଡାରର ପାଖାପାଖି ୮୮%।

କିଛି ଦେଶ ବିକିଛନ୍ତି ସୁନା
ଗୋଟିଏ ପଟେ ବିଭିନ୍ନ ସେଣ୍ଟ୍ରାଲ ବ୍ୟାଙ୍କମାନେ ସୁନା କ୍ରୟ କରିଥିବା ବେଳେ କେତେକ ଦେଶ ସୁନା ବିକ୍ରି କରିଛନ୍ତି। ଫେବୃଆରୀରେ ତୁର୍କି ଓ ଋଷିଆ ସେମାନଙ୍କ ସ୍ୱର୍ଣ୍ଣ ଭଣ୍ଡାର ହ୍ରାସ କରିଛନ୍ତି। ତୁର୍କି ନିଜ ସ୍ୱର୍ଣ୍ଣ ଭଣ୍ଡାରରେ ୮ ଟନ ହ୍ରାସ କରିଥିବା ବେଳେ ଋଷିଆ ୬ଟନ ବିକ୍ରି କରିଛି। ତୁର୍କି ନିଜର ବୈଦେଶିକ ମୁଦ୍ରା ଆବଶ୍ୟକତା ପୂରଣ କରିବା ପାଇଁ ବିପୁଳ ସୁନା ବିକିଥିଲା। ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ଯୋଗୁ ଉପୁଜିଥିବା ପରିସ୍ଥିତିରେ ମୁଦ୍ରାକୁ ସ୍ଥିର ରଖିବା ପାଇଁ ତୁର୍କି ଏହି ସୁନା ବିକିଛି।

ଏହି ସବୁ ଦେଶଙ୍କର ରହିଛି ସୁନାର ବିଶାଳ ଭଣ୍ଡାର
ଯେଉଁ ଦେଶଙ୍କ ପାଖରେ ବିଶାଳ ସୁନା ଭଣ୍ଡାର ରହିଛି ସେମାନଙ୍କ ମଧ୍ୟରେ ଆମେରିକା ପ୍ରଥମ ସ୍ଥାନରେ ରହିଛି। ତେବେ ଆସନ୍ତୁ ଜାଣିବା କେଉଁ ଦେଶ ପାଖରେ ରହିଥି କେତେ ସୁନା

୧-ଆମେରିକା- ୮,୧୩୩ ଟନ
୨-ଜର୍ମାନ -୩,୩୫୦ଟନ
୩-ଇଟାଲୀ -୨,୪୫୨ ଟନ
୪-ଫ୍ରାନ୍ସ -୨,୪୩୭ ଟନ
୫-ଋଷିଆ -୨,୩୩୦ ଟନ
୬-ଚୀନ୍-୨,୨୯୯ ଟନ
୭-ସ୍ୱିଜରଲ୍ୟାଣ୍ଡ- ୧,୦୪୦ଟନ
୮-ଭାରତ-୮୮୦ ଟନ

ସୌଜନ୍ୟ Prameya News7

Show More
Back to top button