ରାଜ୍ୟ

Blood donation: ଦୀପାବଳିରେ ରକ୍ତଦାନର ମହାଅଭିଯାନ

ରକ୍ତଦାନ ମହତ୍ ଦାନ। ଏହି ମହତ୍ ଉଦ୍ଦେଶ୍ୟକୁ ଆଧାର କରି ଆସନ୍ତା ନଭେମ୍ବର ୮ ତାରିଖ ରବିବାର ଦୀପାବଳି ପର୍ବ ଅବସରରେ ବୈଶିଙ୍ଗା ଉପକଣ୍ଠ ମହୁରୀସ୍ଥିତ ‘ପ୍ରିୟାଂଶି ରାଧେ’ ବିଜ୍ଞାନ ଆବାସିକ ଉଚ୍ଚ ବିଦ୍ୟାଳୟ ପରିସରରେ...

ବୈଶିଙ୍ଗା (ଦୀପକ କୁମାର ସିଂହ):ରକ୍ତଦାନ ମହତ୍ ଦାନ। ଏହି ମହତ୍ ଉଦ୍ଦେଶ୍ୟକୁ ଆଧାର କରି ଆସନ୍ତା ନଭେମ୍ବର ୮ ତାରିଖ ରବିବାର ଦୀପାବଳି ପର୍ବ ଅବସରରେ ବୈଶିଙ୍ଗା ଉପକଣ୍ଠ ମହୁରୀସ୍ଥିତ ‘ପ୍ରିୟାଂଶି ରାଧେ’ ବିଜ୍ଞାନ ଆବାସିକ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିରାଟ ରକ୍ତଦାନ ଶିବିର ଆୟୋଜନ କରାଯିବ। ସମ୍ବାଦ-ଆମ ଓଡ଼ିଶା ସହାୟତାରେ ହେବାକୁ ଥିବା ଏହି ଶିବିରର ସଫଳ ଆୟୋଜନ ନେଇ ଶୁକ୍ରବାର ଅପରାହ୍ନରେ ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିଦ୍ୟାଳୟର ସମ୍ପାଦକ ଈଶାନ କୁମାର ସାହୁଙ୍କ ଜନ୍ମଦିନକୁ ଏକ ମହତ୍ ସାମାଜିକ ସେବାରେ ପରିଣତ କରିବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଉଛି। ସ୍ଥାନୀୟ “ସମ୍ବାଦ” ଓ “କନକ ନ୍ୟୁଜ୍” ପ୍ରତିନିଧି ଦୀପକ କୁମାର ସିଂହଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଶିବିରର ସୁପରିଚାଳନା, ଶୃଙ୍ଖଳିତ ଆୟୋଜନ ଏବଂ ଅଧିକ ସଂଖ୍ୟକ ୟୁନିଟ୍ ରକ୍ତ ସଂଗ୍ରହ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ଶିବିରରେ ବୈଶିଙ୍ଗା ଥାନା ଅଧିକାରୀ ବାବା ଶଙ୍କର ସରାଫ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରର ଉଦ୍‌ଘାଟନ କରିବେ ବୋଲି ସ୍ଥିର ହୋଇଛି। ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରିବା ସହିତ ଏହାକୁ ସଫଳ ଓ ସ୍ମରଣୀୟ କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରସ୍ତୁତି ବୈଠକରେ ବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ, ଟ୍ରଷ୍ଟି କରୁଣାକର ସାହୁ, ବିଜୟ କୁମାର ଆଚାର୍ଯ୍ୟ, ପ୍ରିନ୍ସିପାଲ ରାଧାରମଣ ଦଳେଇ, ଶୁଭେନ୍ଦୁ ନାରାୟଣ ଗିରି, ସୁମନ ନାୟକ ଓ ସୁବ୍ରତ କୁମାର ଦଣ୍ଡପାଟଙ୍କ ସମେତ ବିଦ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।

ଦୀପାବଳିର ଆଲୋକମୟ ପର୍ବରେ ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ଅନ୍ୟର ଜୀବନରେ ଆଶାର ଆଲୋକ ଭରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ। ଆୟୋଜକଙ୍କ ଏହି ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ରକ୍ତଦାନ ପ୍ରତି ସଚେତନତା ବୃଦ୍ଧି ସହିତ ମାନବିକତା ଓ ସାମାଜିକ ଦାୟିତ୍ୱର ଏକ ଉଦାହରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button