ରାଜ୍ୟ

Buddhanath Temple : ବିପଦରେ ଶ୍ରୀବୁଦ୍ଧନାଥ ଦେବଙ୍କ ମନ୍ଦିର, ଲଗାଣ ବର୍ଷାରେ ଭାସୁଛି ମନ୍ଦିର ଗର୍ଭଗୃହ

ବାଲିପାଟଣା,୧ \୯  (ପୂର୍ଣ୍ଣଚନ୍ଦ୍ର ଜେନା) : ବିପଦରେ ଶ୍ରୀବୁଦ୍ଧନାଥ ଦେବଙ୍କ ମନ୍ଦିର । ରାଜଧାନୀ ଉପକଣ୍ଠ ଜୟଦେବ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିପାଟଣା ବ୍ଲକରେ ରହିଛି ୧୨ଶ ଶତାବ୍ଦୀର ଏହି ଶୈବପୀଠ । ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିଲେ ମଧ୍ୟ ବିଭାଗ ପକ୍ଷରୁ ଏହାର ଆବଶ୍ୟକ ଯତ୍ନ ନିଆଯାଉନାହିଁ । ଫଳରେ ବହୁ ପ୍ରାଚୀନ ଏହି ମନ୍ଦିରଟି ପ୍ରତି ଏବେ ବିପଦ ଆଶଙ୍କା ସୃଷ୍ଟି ହୋଇଛି ।

ମନ୍ଦିର ଦଧିନଉତି ଅଗ୍ରରେ ଲାଗିଥିବା କଳସରେ ଫାଟ ସୃଷ୍ଟି ହେବା ସହିତ ବର୍ଷା ହେଲେ ମନ୍ଦିର ଗର୍ଭଗୃହରେ ପାଣି ଗଳୁଛି । ମନ୍ଦିର ପରିସରରେ ଥିବା ଅତିଥି ଭବନ, ମନ୍ଦିର ପ୍ରାଙ୍ଗଣ ମଣ୍ଡପରେ ଥିବା କୀର୍ତ୍ତିରାଜି ନଷ୍ଟ ହେବାକୁ ବସିଲାଣି । ମନ୍ଦିର ପରିସର ବଣଜଙ୍ଗଲରେ ଭର୍ତ୍ତି ହୋଇଛି । ଏପଟେ ମନ୍ଦିର ପୁଷ୍କରିଣୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅଧାରେ ଅଟକିଛି । ଏନେଇ ସ୍ଥାନୀୟ ଲୋକେ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ସୋମବାର ବାଲିପାଟଣା ବିଡିଓ ଶୁଭ୍ରାଂଶୁ ଶେଖର ପାଢ଼ୀ, ବ୍ଲକ ସହକାରୀ ଯନ୍ତ୍ରୀ ଅର୍ଚ୍ଚନା ନାୟକ ଓ ଯନ୍ତ୍ରୀ ବର୍ଷା ମଲ୍ଲିକ ମନ୍ଦିର ପରିଦର୍ଶନ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଯାହା ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button