ରାଜ୍ୟ

ଶ୍ୱଶୁର ଘରେ ପ୍ରଜାକୋର୍ଟରେ ଜ୍ୱାଇଁଙ୍କୁ ଦଣ୍ଡ, ବେକରେ ଜୋତାମାଳ ଓ ମୁଣ୍ଡରେ ରଙ୍ଗବୋଳି ଗାଁ ଦାଣ୍ଡରେ ବୁଲିଲେ…

ବିଞ୍ଝାରପୁର, ୦୧/୦୯: ବିଞ୍ଝାରପୁର ଥାନା କଲ୍ୟାଣପୁର ଗ୍ରାମରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଶ୍ୱଶୁରଘର ପ୍ରଜାକୋର୍ଟରେ ଜ୍ୱାଇଁଙ୍କୁ ମିଳିଛି ଦଣ୍ଡ । ନିସ୍ତୁକ ମାଡ଼ ମରାଯିବା ପରେ ଜ୍ୱାଇଁ ବେକରେ  ଜୋତାମାଳ ଓ ମୁଣ୍ଡରେ ରଙ୍ଗବୋଳି ଗାଁ ଦାଣ୍ଡରେ ବୁଲାଯାଇଛି ।  ପୀଡ଼ିତ ଜ୍ୱାଇଁ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର । ସେ ଏନେଇ ମୁହଁ  ଖୋଲିନଥିବା ବେଳେ ଘଟଣାକୁ ନେଇ ଗ୍ରାମବାସୀ ଥାନାରେ ଅଭିଯୋଗ  କରିଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଗ୍ରାମବାସୀଙ୍କ ସୂଚନା ମୁତାବକ, ପୀଡ଼ିତ ଯୁବକ(ଜ୍ୱାଇଁ)  ବିଞ୍ଝାରପୁର ଥାନା କଲ୍ୟାଣପୁର ଗ୍ରାମର ନିରଞ୍ଜନ ଦାସଙ୍କ ଝିଅକୁ  ପ୍ରାୟ ୧୨ ବର୍ଷ ତଳେ ବିବାହ କରିଥିଲେ । ଉଭୟଙ୍କର ଦୁଇଜଣ  ସନ୍ତାନ ଅଛନ୍ତି । ପ୍ରାୟ ସପ୍ତାହେ  ତଳେ କୌଣସି କାରଣକୁ  ନେଇ ଦାମ୍ପତ୍ୟ ସମସ୍ୟା  ଉପୁଜିବାରୁ ଯୁବକଙ୍କ ପତ୍ନୀ ବାପଘରକୁ ଚାଲି ଆସିଥିଲେ । ହେଲେ  ଯୁବକ ସମସ୍ୟାର ସମାଧାନ କରି ସ୍ତ୍ରୀକୁ ଫେରାଇ ନେବାକୁ ଶ୍ୱଶୁର  ଘରେ ପହଞ୍ଚିଥିଲେ । ମାତ୍ର ସେଠାରେ କୌଣସି କାରଣରୁ ସ୍ତ୍ରୀଙ୍କ ସହ ବଚସା ହୋଇଥିଲା । ଘଟଣା ଉଗ୍ର ରୂପ ଧାରଣ କରିଥିଲା । ଶ୍ୱଶୁର ନିରଞ୍ଜନ ଜ୍ୱାଇଁଙ୍କୁ ମାଡ଼ ମାରିବା ସହ ମୁଣ୍ଡରେ ରଙ୍ଗ ବୋଳି ବେକରେ ଜୋତାମାଳ ପକାଇଥିଲେ । ପରେ ତାଙ୍କୁ ଗାଁ  ରାସ୍ତାରେ ବୁଲାଇଥିଲେ । ଗାଁ ଲୋକେ ଏହାକୁ ମୋବାଇଲ୍‌ରେ  କଏଦ୍‌ କରି ସୋସିଆଲ ମିଡିଆରେ ଭାଇରାଲ କରାଇଥିଲେ ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button