୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ବ ବଳକା ଜିଏସ୍‌ଡିପିର ୩ ପ୍ରତିଶତ ଓ ବିତ୍ତୀୟ ନିଅଣ୍ଟ ୩.୨ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଥିଲା। ଏଥର ସରକାର ସେହି ଧାରାକୁ ବଜାୟ ରଖିବେ କିମ୍ବା ସେଥିରେ ଉନ୍ନତି ଆଣିବାକୁ ବଜେଟ୍‌ରେ ପଦକ୍ଷେପ ଘୋଷଣା କରିପାରନ୍ତି। ପ୍ରତିଥର ଭଳି କିଛି ନୂଆ ଯୋଜନା ଘୋଷଣା ହେବାର ମଧ୍ୟ ସମ୍ଭାବନା ରହିଛି। ପ୍ରମୁଖ ଯୋଜନା ଯଥା ସୁଭଦ୍ରା, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ସ୍ବଚ୍ଛ ଓଡ଼ିଶା, ଓଡ଼ିଶା ଏଆଇ ମିସନ୍‌, ସମୃଦ୍ଧ କୃଷକ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଆବାସ ଯୋଜନା ପାଇଁ ବ୍ୟୟବରାଦ କିଭଳି ରହିବ ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି।