ମହାନଗର

Business in residential buildings: ଆବାସିକ କୋଠାରେ ବ୍ୟବସାୟ: ଭାଙ୍ଗିବ ୫୮୨ ଅବୈଧ କୋଠା!

ଆବାସିକ କୋଠାକୁ ବ୍ୟବସାୟରେ ଲଗାଇଥିବା କୋଠାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସବୁ ମହାନଗର ନିଗମକୁ ଏଭଳି କୋଠାକୁ ତୁରନ୍ତ ସିଲ୍‌ କରିବା ସହ ପାଣି, ବିଜୁଳି ଆଦି ସଂଯୋଗ ବିଚ୍ଛିନ୍ନ କରିବାକୁ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଛାଟ ପରେ ବିଏମ୍‌ସି ପକ୍ଷରୁ ତନାଘନା ଚାଲିଛି।

ଭୁବନେଶ୍ୱର: ଆବାସିକ କୋଠାକୁ ବ୍ୟବସାୟରେ ଲଗାଇଥିବା କୋଠାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସବୁ ମହାନଗର ନିଗମକୁ ଏଭଳି କୋଠାକୁ ତୁରନ୍ତ ସିଲ୍‌ କରିବା ସହ ପାଣି, ବିଜୁଳି ଆଦି ସଂଯୋଗ ବିଚ୍ଛିନ୍ନ କରିବାକୁ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଛାଟ ପରେ ବିଏମ୍‌ସି ପକ୍ଷରୁ ତନାଘନା ଚାଲିଛି। ପୂର୍ବରୁ ବିଏମ୍‌ସି ଯେଉଁ ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରିଥିଲା, ସେଥିରେ ୪୬୩୨ଟି ଏଭଳି ଅବୈଧ କୋଠା ଚିହ୍ନଟ କରିଥିବା ଦର୍ଶାଇଥିଲା। ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏ ଭିତରେ ସଂଖ୍ୟା ୪୭୩୯ ‌ଡେଇଁଲାଣି। ଏସବୁ କୋଠାକୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।
ସେପଟେ ଚିହ୍ନଟ ଅବୈଧ କୋଠାରୁ ୫୮୨ କୋଠାକୁ ଭାଙ୍ଗିବାକୁ ଆଦେଶ ଦିଆଯାଇଥିବା ବିଏମ୍‌ସି କମିସନର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। କମିସନର୍‌ ଏଥିପାଇଁ ୬ ମାସ ସମୟ ମାଗିଛନ୍ତି। ଏଭଳି ଅବୈଧ କାର୍ଯ୍ୟକୁ ପ୍ରଶ୍ରୟ ଦେଇଥିବା ଓ କାର୍ଯ୍ୟରେ ଅବହେଳା ପାଇଁ ୭ଜଣ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଅବହେଳା ପାଇଁ ୭ଜଣଙ୍କ ବିରୋଧ‌ରେ କାର୍ଯ୍ୟାନୁଷ୍ଠାନ
ଚାଲିଛି ପୁନଃ ଯାଞ୍ଚ ପ୍ରକ୍ରିୟା, ଆହୁରି ବଢ଼ିବ
ସିଡିଏମ୍‌ଓ, ଡିଇଓଙ୍କୁ ରିପୋର୍ଟ ଦେବାକୁ ଚିଠି
ଆଦେଶ କାର୍ଯ୍ୟକାରୀ ପାଇଁ ୬ ମାସ ସମୟ ମାଗିଲେ

ପୂର୍ବରୁ ବିଏମ୍‌ସି ନର୍ଥ ଜୋନ୍‌ରୁ ୧୭୧୨ଟି, ସାଉଥ୍‌-ଇଷ୍ଟ ଜୋନ୍‌ରୁ ୧୩୮୦ଟି ଓ ସାଉଥ୍‌-ୱେଷ୍ଟ ଜୋନ୍‌ରୁ ୧୫୪୦ଟି ଅବୈଧ କୋଠା ଚିହ୍ନଟ କରିଥିଲା, ଯେଉଁମାନେ ଆବାସିକ ଘରର ପ୍ଲାନ ନେଇ ଏହାକୁ ବ୍ୟବସାୟରେ ଲଗାଇଥିଲେ। ସମସ୍ତଙ୍କୁ କାରଣଦର୍ଶାଅ ନୋଟିସ୍‌ ବି ଜାରି କରାଯାଇଛି। କିଛି ଘର ବି ସିଲ୍‌ କରି ଦିଆଯାଇଛି। ସମସ୍ତଙ୍କୁ କାଗଜପତ୍ର ଦାଖଲ ପାଇଁ ମାସେ ସମୟ ଦିଆଯାଇଛି।
ଲୋଗନାଥନ୍‌ ମାମଲାରେ ବିଏମ୍‌ସି ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି, ଯେଉଁ ଅବୈଧ କୋଠାକୁ ନେଇ କୋର୍ଟ ମାମଲା ରହିଛି, ତାକୁ ବାଦ୍‌ ଦେଇ ୫୮୨ଟି କୋଠା ଭାଙ୍ଗିବାକୁ ଆଦେଶ ଦିଆଯାଇଛି। ୪୭୩୯ଟି ଘରକୁ ସିଲ୍‌ କରିବାକୁ ଆଦେଶ ଦିଆଯାଇଛି। କୋଠାକୁ ବୈଧ କରିବାକୁ ଆବେଦନ ହୋଇଥିବା ୫୯୧ଟି କୋଠାର ଆବେଦନପତ୍ର ନାକଚ କରି ଦିଆଯାଇଛି। ଓଡିଏ ଆଇନ ଅନୁଯାୟୀ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆପାର୍ଟମେଣ୍ଟ ସଂପର୍କିତ ତଥ୍ୟରେ କୁହାଯାଇଛି, ୭୧୦ଟି ଆପାର୍ଟମେଣ୍ଟ ନିର୍ମାଣ ଆବେଦନ ଅନୁମୋଦନ କରାଯାଇଥିଲା ଓ ଏଥିରୁ ୧୩୨ଟି ଆପାର୍ଟମେଣ୍ଟ ଓକୁପାନ୍ସି ପ୍ରମାଣପତ୍ର ପାଇଛନ୍ତି। ୧୧ଟି ଆପାର୍ଟମେଣ୍ଟ ପୁନଃ ବୈଧକରଣ କରାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button