ମହାନଗର

Naveen Babu: ନବୀନ ବାବୁ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି: ଧର୍ମେନ୍ଦ୍ର

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌, ୨୦୨୬କୁ ବିରୋଧୀ ଦଳ ‌ନେତା ନବୀନ ପଟ୍ଟନାୟକଙ୍କ ବିରୋଧ ଓ କେନ୍ଦ୍ର ସରକାର ଓଡ଼ିଶାର ହକ୍ ଛଡ଼ାଇ ନେଉଛନ୍ତି ବୋଲି ଦେଇଥିବା ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ବର: ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌, ୨୦୨୬କୁ ବିରୋଧୀ ଦଳ ‌ନେତା ନବୀନ ପଟ୍ଟନାୟକଙ୍କ ବିରୋଧ ଓ କେନ୍ଦ୍ର ସରକାର ଓଡ଼ିଶାର ହକ୍ ଛଡ଼ାଇ ନେଉଛନ୍ତି ବୋଲି ଦେଇଥିବା ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ନବୀନ ବାବୁ ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ ନେଇ ମିଥ୍ୟା ଅପପ୍ରଚାର କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ରାଜନୀତି ନିଜ ଜାଗାରେ, କିନ୍ତୁ ସତ୍ୟକୁ ଲୁଚାଇ ଓଡ଼ିଶାର ଲୋକଙ୍କୁ ଭ୍ରମିତ କରିବା ଆଦୌ ଗ୍ରହଣୀୟ ନୁହେଁ। ରାଜନୈତିକ ଫାଇଦା ନେବା ପାଇଁ ନବୀନ ବାବୁ ଯେଉଁ ପ୍ରୟାସ କରୁଛନ୍ତି, ତାହା ଠିକ୍ ନୁହେଁ। ଓଡ଼ିଶାବାସୀଙ୍କୁ ବାଟମଣା ନ କରି ଏହି ବିଲ୍ ଦ୍ୱାରା ଓଡ଼ିଶା କ’ଣ ଲାଭ ପାଇବ, ତାହା ଉପରେ ନିଜର ମତ ରଖିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି।

ସେ କହିଛନ୍ତି, ରାଜ୍ୟଗୁଡ଼ିକ ଖଣି ଉପରେ ୧୪ ପ୍ରକାର ଅଲଗା ଟିକସ ଲଗାଉଥିଲେ। ଖଣି ସଂଶୋଧନ ବିଲ୍‌ର ଧାରା ୯ଡି ରାଜ୍ୟଗୁଡ଼ିକରୁ ମୂଳ ରାଜସ୍ୱ ନ ଛଡ଼ାଇ ବହୁସ୍ତରୀୟ ଟିକସ ବୋଝକୁ ରୋକିବା ପାଇଁ ଏକ ସ୍ପଷ୍ଟ ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ କରୁଛି। ଟିକସ ପ୍ରଭାବରେ ବିଭିନ୍ନ ଜିନିଷ ମହଙ୍ଗା ହୋଇଥାନ୍ତା। ଏହି ବିଲ୍‌ ସେଥିରୁ ଲୋକମାନଙ୍କୁ ସୁରକ୍ଷା ଦେବ। କେନ୍ଦୁଝରସୁନ୍ଦରଗଡ଼ଝାରସୁଗୁଡ଼ା, ଅନୁଗୋଳ, ଯାଜପୁରର ଖଣି ଓ କାରଖାନାଗୁଡ଼ିକ ବନ୍ଦ ହେବାର ଆଶଙ୍କା ଦୂର ହୋଇଛି। ଏଥି ସହିତ ଲକ୍ଷ ଲକ୍ଷ ଲୋକଙ୍କ ଚାକିରି ସୁରକ୍ଷିତ ହୋଇପାରିଛି।

ଶ୍ରୀ ପ୍ରଧାନ କହିଛନ୍ତି, ନବୀନ ବାବୁ କ୍ଷମତାରେ ଥିବାବେଳେ ୨୦୦୪ରେ ଓଡ଼ିଶାର ବାର୍ଷିକ ଖଣି ରାଜସ୍ୱ ଆୟ ଥିଲା ମାତ୍ର ୧,୦୦୦ କୋଟି। ୨୦୧୪ ପର୍ଯ୍ୟନ୍ତ ତାହା ମାତ୍ର ୫,୦୦୦ କୋଟିରେ ପହଞ୍ଚିଥିଲା। ୨୦୧୫ରେ ମୋଦୀ ସରକାର ଏମ୍‌ଏମ୍‌ଡିଆର୍‌ ଆଇନ ସଂଶୋଧନ କରିବା ଓ ଆଡ୍‌ ଭଲୋରେମ୍‌ ରୟାଲଟିକୁ ୧୦%ରୁ ୧୫%କୁ ବୃଦ୍ଧି  କରିବାରୁ ଖଣି ଆୟ ୧୦ ଗୁଣା ବୃଦ୍ଧି ପାଇ ପ୍ରାୟ ୫୦,୦୦୦ କୋଟି ଟଙ୍କାରେ ପହଞ୍ଚିଛି ଏବଂ ଡିଏମ୍‌ଏଫ ପାଣ୍ଠି ଜରିଆରେ ଓଡ଼ିଶାକୁ ୩୭,୦୦୦ କୋଟି ଟଙ୍କା ମିଳିଛି। ନବୀନ ବାବୁ ଓ ତାଙ୍କ ଦଳ ବିଜେଡି ଓଡ଼ିଶା ଗ୍ରାମୀଣ ଭିତ୍ତିଭୂମି ଓ ସାମାଜିକ-ଅର୍ଥନୈତିକ ବିକାଶ (ଓରିସେଡ୍‌) ନିୟମ ନାମରେ ଯେଉଁ ଖଣି ଟିକସ ଆଇନ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହା ସେମାନେ ୨୦୦୪ରେ ଆଣିଥିଲେ। ୨୦୦୫ରେ ହାଇକୋର୍ଟ ତାହାକୁ ରଦ୍ଦ କରିବା ପରେ ବିଜେଡି ସରକାର ୨୦୦୬ରୁ ୨୦୨୪ ପର୍ଯ୍ୟନ୍ତ ୧୮ ବର୍ଷ ଧରି ସୁପ୍ରିମକୋର୍ଟରେ ମାମଲା ଗଡ଼ାଇ ଚାଲିଲେ ବୋଲି ଧର୍ମେନ୍ଦ୍ର କହିଛନ୍ତି। ନବୀନଙ୍କ ଅମଳରେ ଓଡ଼ିଶାର ମୋଟ ଋଣ ଭାର ୯୬ ହଜାର କୋଟି ଟଙ୍କା ଓ ମୁଣ୍ଡପିଛା ଋଣ ୨୬ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା। ଏହା କ’ଣ ନବୀନ ବାବୁଙ୍କ ଆର୍ଥିକ ସଂସ୍କାର କି ବୋଲି ସେ ପ୍ରଶ୍ନ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button