ରାଜ୍ୟ

Campus Election: ହଙ୍ଗାମାରେ ସରିଲା ଛାତ୍ର ସଂସଦ ନିର୍ବାଚନ; ABVPର ୧୪୨ ଏବଂ BCJDର ୧୨୧ ପ୍ରାର୍ଥୀ ବିଜୟୀ

  • ସବୁଠି କଡ଼ା ଟକ୍କର, ଅନେକ ବିଧାୟକଙ୍କୁ ଝଟ୍‌କା
  • କେନ୍ଦୁଝର, ଗଞ୍ଜାମ, ସମ୍ବଲପୁର ଜିଲ୍ଲାରେ ଏବିଭିପିର ଦବଦବା
  • କଟକ, କେନ୍ଦ୍ରାପଡ଼ା, ବରଗଡ଼ରେ ବିସିଜେଡି
  • ବାଣୀବିହାର, ରମାଦେବୀରେ ଗଣତିକୁ ନେଇ ଉତ୍ତେଜନା

ଭୁବନେଶ୍ୱର, ୧୬|୧୦:  ରମାଦେବୀ ବିଶ୍ୱବିଦ୍ୟାଳୟ ଗଣତିକୁ ନେଇ  ଜୋରଦାର ହଙ୍ଗାମା । ସବୁଠି ପ୍ରତିବାଦ,  ରାସ୍ତାରୋକ ଆଉ ମୁହାଁମୁହିଁ ସ୍ଥିତି । କ୍ୟାମ୍ପସ  ଭିତର ବାହାର ପୁଲିସ ଛାଉଣୀ । ତଥାପି ରାତି ସାଢ଼େ ୨ଟା  ସୁଦ୍ଧା ଘୋଷଣା ହୋଇଥିବା ୧୧ଟି  ବିଶ୍ୱବିଦ୍ୟାଳୟରୁ ଏବିଭିପି ୬ଟିରେ ସଭାପତି ପଦ ଦଖଲ କରିଛି । ବାକି ୫ଟିରେ  ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ପ୍ରାର୍ଥୀ ବିଜୟୀ ହୋଇଥିବା ସଂପୃକ୍ତ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ବିକ୍ରମଦେବ,  ବ୍ରହ୍ମପୁର, ଖଲ୍ଲିକୋଟ, ସମ୍ବଲପୁର,  ଧରଣୀଧର ବିଶ୍ୱବିଦ୍ୟାଳୟରେ ଏବିଭିପିର ସଭାପତି ପ୍ରାର୍ଥୀ ନିର୍ବାଚିତ ହୋଇଥିବା ଦାବି କରାଯାଉଛି । ସେହିପରି ରେଭେନ୍ସା  ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ,  ମଧୁସୂଦନ ଆଇନ, ଫକୀରମୋହନ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ  ବିଶ୍ୱବିଦ୍ୟାଳୟରେ ବିସିଜେଡି ସଭାପତି  ପ୍ରାର୍ଥୀଙ୍କ ବିଜୟ ଦାବି କରାଯାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button