ଦେଶ ବିଦେଶ

CBI: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ସିନ୍‌ ରିକ୍ରିଏଟ୍‌ କଲା ସିବିଆଇ

ଭୋପାଳ: ଅଭିନେତ୍ରୀ ତ୍ବିଷା ଶର୍ମାଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଡମି ବ୍ୟବହାର କରି ସିନ୍‌ ରିକ୍ରିଏଟ୍‌ କରିଛି। ତ୍ବିଷା ଶର୍ମାଙ୍କୁ ମେ ୧୨ ତାରିଖରେ ଭୋପାଳ ସ୍ଥିତ ତାଙ୍କ ଶ୍ବଶୁର ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ସ୍ବାମୀ ସମର୍ଥ ସିଂହ ଓ ଶାଶୂ ଗିରିବାଳା ସିଂହଙ୍କୁ ଗିରଫ କରାଯାଇଛି।

ସୋମବାର ସିବିଆଇ ଫୋରେନସିକ୍‌ ଓ କ୍ରାଇମ୍‌ ସିନ୍‌ ବିଶେଷଜ୍ଞଙ୍କୁ ନେଇ ସମର୍ଥ ସିଂହ ଓ ଗିରିବାଳା ସିଂହଙ୍କ ସହିତ ୧୨ ତାରିଖ ରାତିରେ କ’ଣ ଘଟଣା ଘଟିଥିଲା ସେହି ଦୃଶ୍ୟ ପୁନଃ ସ୍ଥାପନ କରିଥିଲେ। ତ୍ବିଷା ଘରର ଟେରାସରେ ଆତ୍ମହତ୍ୟା କରିବା ପରର ଘଟଣା ବର୍ଣ୍ଣନା କରିବାକୁ ସିବିଆଇ ମା’ ଓ ପୁଅଙ୍କୁ କହିଥିଲା।

ମୃତକଙ୍କ ସମାନ ଓଜନର ଏକ ଡମିକୁ ଏଥିପାଇଁ ବ୍ୟବହାର କରାଯାଇଥିଲା। କେମିତି ମୃତଦେହ ତଳକୁ ଆଣିଥିଲେ ତାହାର ସବିଶେଷ ବିବରଣୀ ସିବିିଆଇ ନେଇଥିଲା। ମେ ୧୨ ତାରିଖ ରାତି ୧୦ଟା ୨୦ରେ ତ୍ବିଷା ଆତ୍ମହତ୍ୟା କରିବା ପରେ ସମର୍ଥ ତାଙ୍କୁ ଭୋପାଳ ଏମ୍ସ ନେଇଥିବା ଏତଲାରେ ଉ‌ଲ୍ଲେଖ କରାଯାଇଛି। ଏମ୍ସ ଡାକ୍ତର ମେ ୧୩ ରାତି ୧୨ଟା ୫ ମିନିଟରେ ପୁଲିସକୁ ସୂଚନା ଦେଇଥିଲେ ଓ ତ୍ବିଷାଙ୍କୁ ଏମ୍ସକୁ ଅଣାଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା କହିଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button