CBI Raid MCL ଏମସିଏଲରେ ସିବିଆଇ ଚଢ଼ାଉ; ୭୫ ହଜାର ଟନ୍ କୋଇଲାର ହିସାବ ମିଳୁ ନଥିବା ଚର୍ଚ୍ଚା, ଗର୍ଜନବାହାଲ ଖଣି ଓ ରେଲୱେ ସାଇଡିଂରେ ଖୋଳତାଡ଼

ସୁନ୍ଦରଗଡ଼: ଏମସିଏଲ ଗର୍ଜନବାହାଲ, କୁଲଡା କୋଇଲା ଖଣି ଓ କନିକା ରେଲୱେ ସାଇଡିଂରେ ସିବିଆଇର ସ୍ବତନ୍ତ୍ର ଦଳର ଚଢ଼ାଉ। ଖଣିରୁ ସାଇଡିଂକୁ ଯାଉଥିବା ୭୫ ହଜାର ଟନ୍ କୋଇଲାର ହିସାବ ମିଳୁ ନଥିବା ଅଭିଯୋଗ।  କୋଇଲା ଚୋରା ଚାଲାଣ ଅଭିଯୋଗକୁ ନେଇ ଦିଲ୍ଲୀ ସିବିଆଇର ତିନିଟି ଦଳ ଏକକାଳୀନ ଚଲାଇଛନ୍ତି ତନାଘନା।

କନିକା ସାଇଡିଂରେ ଜେରା

କନିକା ରେଲୱେ ସାଇଡିଂ ଇନଚାର୍ଜ ସି.ପି. ସେଠୀଙ୍କୁ ତାଙ୍କ କମ୍ପାନି ନିବାସରୁ ଓ ଗର୍ଜନବାହାଲ ଖଣି କର୍ମଚାରୀଙ୍କୁ ଉଠାଇ ନେଇ କନିକା ସାଇଡିଂରେ ଜେରା କରାଯାଉଥିବାର ସୂଚନା ରହିଛି।  କୋଇଲା କିଭଳି ସାଇଡିଂ ମାଧ୍ୟମରେ ପାର ହେଉଥିଲା, କିଏ ନେଉଥିଲା ଏହି କୋଇଲା, କେଉଁଠିକୁ ଯାଉଥିଲା ତାର ତନାଘନା କରୁଥିବା ସୂଚନା ମିଳିଛି।
ଏମସିଏଲ୍ କର୍ମଚାରୀ ସିପି ସେଠୀ ପୂର୍ବର ଗର୍ଜନବାହାଲ ଖଣି ପ୍ରକଳ୍ପ ଦାୟିତ୍ବରେ ଥିଲେ। ସେହି ସମୟରେ କୋଇଲା ଚୋରାଚାଲାଣ ହୋଇଥିବା ସୂଚନା ମିଳିଥିଲା। ଏବେ ସେ ରେଲୱେ ସାଇଡିଂ ଇନଚାର୍ଜ।

 

ସୌଜନ୍ୟ ସମ୍ବାଦ