ବାଣିଜ୍ୟ

CCPA fines on e-commerce company, ଆମାଜନ, ଫ୍ଲିପ୍‌କାର୍ଟ ଓ ମିସୋ ସମେତ ୮ ଇ-କମର୍ସ କମ୍ପାନୀ ଉପରେ ୪୮ ଲକ୍ଷ ଫାଇନ; ବିକୁଥିଲେ ଏହି ସାମଗ୍ରୀ

ଇ-କମର୍ସ ପ୍ଲାଟ୍‌ଫର୍ମ ଆମାଜନ ଓ ଫ୍ଲିପ୍‌କାର୍ଟ,ଜିଓ ମାର୍ଟ ସମେତ ମୋଟ ୮ କମ୍ପାନୀ ଉପରେ ଲାଗିଲା ଫାଇନ। ଏହି ପ୍ଲାଟଫର୍ମଗୁଡିକ ବେଆଇନ ଭାବେ ବିକ୍ରି କରୁଥିଲେ ଏହିି ସାମଗ୍ରୀ। ଧରିଲା ସିସିପିଏ।

ନୂଆଦିଲ୍ଲୀ: CCPA fines Meta, Amazon, Flipkart, Meesho e-commerce ଇ-କମର୍ସ ପ୍ଲାଟ୍‌ଫର୍ମ ଆମାଜନ ଓ ଫ୍ଲିପ୍‌କାର୍ଟ ସମେତ ମୋଟ ୮ କମ୍ପାନୀ ଉପରେ ଲାଗିଲା ଫାଇନ। ବେଆଇନ ଭାବେ ୱାକିଟକି ବିକ୍ରି ପାଇଁ ଲିଷ୍ଟିଂ କରିବା ଓ ବିକ୍ରି କରିବା ଅଭିଯୋଗରେ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ନିଜ ଆଡ଼ୁ କାର୍ଯ୍ୟାନୁଷ୍ଠାନ ନେଇ ୮ ଇ-କମର୍ସ କମ୍ପାନୀକୁ ଫାଇନ କରିଛନ୍ତି।

ଏପରି କରି କମ୍ପାନୀଗୁଡ଼ିକ ଗ୍ରାହକ ସୁରକ୍ଷା ଆଇନ, ୨୦୧୯ ଏବଂ ଟେଲିକମ୍ ଆଇନର ଉଲ୍ଲଂଘନ କରିଥିଲେ। ଏଥିପାଇଁ ଏମାନଙ୍କ ଉପରେ ସିସିପିଏ ୪୪ ଲକ୍ଷ ଟଙ୍କା ଫାଇନ କରିଛନ୍ତି ବୋଲି ମିଡିଆରେ ଖବର ପ୍ରକାଶ ପାଇଛି। ଆଇନ ବାହାରେ ଥିବା ୧୬,୯୭୦ ରୁ ଅଧିକ ସାମଗ୍ରୀ ବିକ୍ରି ପାଇଁ ଲିଷ୍ଟିଂ ହେଉଥିବା ଦେଖି ସିସିପିଏ ୧୩ ଇ-କମର୍ସ ପ୍ଲାଟଫର୍ମକୁ ନୋଟିସ୍ କରିଥିଲା।

ଯେଉଁଥିରେ ଚିମିଆ(Chimiya), ଜିଓମାର୍ଟ, ଟକ୍ ପ୍ରୋ(Talk Pro), ମିଶୋ, ମାସ୍କମ୍ୟାନ୍ ଟଏସ, ଟ୍ରେଡଇଣ୍ଡିଆ, ଅନ୍ତରିକ୍ଷ ଟେକ୍ନୋଲୋଜିସ୍(Antriksh Technologies),ବରଦାନମାର୍ଟ(Vardaanmart), ଇଣ୍ଡିଆମାର୍ଟ, ମେଟା ପ୍ଲାଟଫର୍ମ ଇନକର୍ପୋରେଟେଡ୍ (ଫେସବୁକ୍ ମାର୍କେଟପ୍ଲେସ୍), ଫ୍ଲିପକାର୍ଟ, କ୍ରିଷ୍ଣା ମାର୍ଟ ଏବଂ ଆମାଜନକୁ ନୋଟିସ୍ ଜାରି କରାଯାଇଥିଲା।

CCPA ଜାଣିବାକୁ ପାଇଥିଲା ଯେ ପ୍ଲାଟଫର୍ମଗୁଡ଼ିକ ଇକୁପମେଣ୍ଟ ଟାଇପ ଆପ୍ରୁଭାଲ (ETA) ପ୍ରମାଣପତ୍ର କିମ୍ବା ଲାଇସେନ୍ସିଂ ଆବଶ୍ୟକତାର ଉପଯୁକ୍ତ ସୂଚନା ନ ଦେଇ ଲାଇସେନ୍ସ-ପ୍ରି ଫ୍ରିକ୍ୱେନ୍ସି ବ୍ୟାଣ୍ଡ ବାହାରେ କାମ କରୁଥିବା ପର୍ସନାଲ ମୋବାଇଲ ରେଡିଓ (PMRs) ବିକ୍ରି ସୁବିଧା କରୁଥିଲେ। ଫଳରେ ସିସିପିଏ ୧୦ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନ ଲଗାଇଥିଲା।

ଗ୍ରାହକ ଅଧିକାର ଉଲ୍ଲଂଘନ, ଭ୍ରାମକ ବିଜ୍ଞାପନ ଏବଂ ଅନୁଚିତ ବାଣିଜ୍ୟ ଅଭ୍ୟାସ ପାଇଁ କର୍ତ୍ତୃପକ୍ଷ ମିଶୋ, ମେଟା ପ୍ଲାଟଫର୍ମ ଇନକର୍ପୋରେଟେଡ୍ (ଫେସବୁକ୍ ମାର୍କେଟପ୍ଲେସ୍), ଫ୍ଲିପକାର୍ଟ ଏବଂ ଆମାଜନ ଉପରେ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ଚିମିଆ, ଜିଓମାର୍ଟ, ଟକ୍ ପ୍ରୋ ଏବଂ ମାସ୍କମ୍ୟାନ୍ ଟୟସ୍ ଉପରେ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ଏନେଇ ଗ୍ରାହକ ବ୍ୟାପାର ସଚିବ ନିଧି ଖରେ ପିଟିଆଇକୁ ସୂଚନା ଦେଇଛନ୍ତି।

ତେବେ ମିଶୋ, ମେଟା, ଚିମିଆ, ଜିଓମାର୍ଟ ଏବଂ ଟକ୍ ପ୍ରୋ ସେମାନଙ୍କର ଜରିମାନା ପୈଠ କରି ସାରିଛନ୍ତି। ବାକି ପ୍ଲାଟଫର୍ମଗୁଡ଼ିକ ପେମେଣ୍ଟ କରି ନାହାନ୍ତି ବୋଲି ଖରେ କହିଛନ୍ତି।

ବର୍ତ୍ତମାନର ନିୟମ ଅନୁଯାୟୀ, ଲାଇସେନ୍ସ ଛାଡ଼ କେବଳ ୪୪୬.୦-୪୪୬.୨ MHz ବ୍ୟାଣ୍ଡରେ କାମ କରୁଥିବା ପିଏମଆର୍ ଗୁଡ଼ିକ ପାଇଁ ଉଦ୍ଦିଷ୍ଟ। ଲୋ ପାୱାର ଓ ଭେରି ଲୋ ପାୱାର ଶର୍ଟ ରେଞ୍ଜ ରେଡିଓ ଫ୍ରିକ୍ୱେନ୍ସି ଡିଭାଇସ୍ ବ୍ୟବହାର ନିୟମ, ୨୦୧୮ ର ନିୟମ ୫ରେ ନିର୍ଦ୍ଦେଶ ରହିଛି ଯେ ନିର୍ମାତା ଏବଂ ବିକ୍ରେତାମାନଙ୍କୁ ଏପରି ଡିଭାଇସ୍ ଆମଦାନୀ, ବିକ୍ରୟ କିମ୍ବା ପରିଚାଳନା ପୂର୍ବରୁ ଇଟିଏ ନେବା ଆବଶ୍ୟକ ହୋଇଥାଏ।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button