Census in odisha: ବାଲୁକା ଶିଳ୍ପୀଙ୍କୁ ବଡ଼ ଦାୟିତ୍ୱ, କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି

ଜନଗଣନା ପ୍ରସ୍ତୁତି । ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବପତ୍ର ମାର୍କ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା । ୨୦୨୭ ଫେବ୍ରୁଆରି ୧ରୁ ପୂରା ଦେଶରେ ହେବ ଜନଗଣନା ।

ଭୁବନେଶ୍ୱର ୧୮/୦୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଗୁରୁ ଦାୟିତ୍ୱ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଜନଗଣନା ପୂର୍ବରୁ ଦାୟିତ୍ୱ ଦେଇଦେଲେ କେନ୍ଦ୍ର ସରକାର । ଏଣିକି ଜନଗଣନାରେ ଲୋକଙ୍କୁ କରିବେ ସଚେତନ ।

କାରଣ ସେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ବାସଡର ହୋଇଛନ୍ତି । ଫଳରେ ଜନଗଣନା ସଚେତନତାକୁ ଅଧିକ ପ୍ରଭାବୀ କରିବେ ବାଲୁକା ଶିଳ୍ପୀ ସୁଦର୍ଶନ । ଖାସ୍ କରି ସେ ବାଲୁକା କଳା ମଧ୍ୟରେ ଲୋକଙ୍କୁ ସଚେତନ କରିବେ ସୁଦର୍ଶନ ।

ଦେଶରେ ପରବର୍ତ୍ତୀ ଜନଗଣନା ୨୦୨୭ରୁ ଆରମ୍ଭ ହେବ। ଏଥିରେ ଲୋକଙ୍କ ଜାତି ଓ ସାମାଜିକ-ଆର୍ଥିକ ବିବରଣୀକୁ ମଧ୍ୟ ସାମିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଜନଗଣନା ୨୦୨୭ ଓ ଜାତି ଜନଗଣନା ଭାରତର ରାଜନୀତିକ ଓ ସାମାଜିକ ସଂରଚନାରେ ଏକ ଐତିହାସିକ ମୋଡ଼ ପ୍ରମାଣିତ ହୋଇପାରେ।

ଏହାଦ୍ବାରା ମହିଳା ସଶକ୍ତିକରଣ, କ୍ଷେତୀୟ ସନ୍ତୁଳନ, ସାମାଜିକ ନ୍ୟାୟ ଓ ଲୋକତାନ୍ତ୍ରିକ ପ୍ରତିନିଧିତ୍ବର ନୂଆ ଅଧ୍ୟାୟ ଆରମ୍ଭ ହେବ। ୨୦୨୭ ଜନଗଣନା ଆଧାରରେ ନୂଆ ସୀମା ସ୍ଥିର କରାଯିବ। ଏହାଦ୍ବାରା ଲୋକସଭା ଓ ବିଧାନସଭା କ୍ଷେତ୍ରର ସଂଖ୍ୟା, କ୍ଷେତ୍ରଫଳ ଓ ପ୍ରତିନିଧିତ୍ବରେ ବଡ଼ ପରିବର୍ତ୍ତନ ଆଣିପାରେ।

ପ୍ରସ୍ତୁତି ଚୂଡାନ୍ତ, ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ । ରାଜ୍ୟରେ ଜନସଂଖ୍ୟା କେତେ ? ତାହାର ହିସାବ କିତାବ ହେବ । ଏପ୍ରିଲ ମାସରୁ ଓଡ଼ିଶାରେ ଜନଗଣନା ପାଇଁ ନିଷ୍ପତ୍ତି ହୋଇଛି । ସମଗ୍ର ଦେଶ ସହ ମାର୍ଚ୍ଚ ୨୦୨୭ରୁ ହେବ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା । ଏହାପୂର୍ବରୁ ୨୦୧୧ ମସିହାରେ ଶେଷଥର ପାଇଁ ହୋଇଥିଲା ଜନଗଣନା । କରୋନା ପାଇଁ ୨୦୨୧ ଜନଗଣନା ସ୍ଥଗିତ ରହିଥିଲା ।

ଓଡ଼ିଶାରେ ୨ଟି ପର୍ଯ୍ୟାୟରେ ହେବ ଜନଗଣନା । ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବପତ୍ର ମାର୍କ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା । ୨୦୨୭ ଫେବ୍ରୁଆରି ୧ରୁ ପୂରା ଦେଶରେ ହେବ ଜନଗଣନା । ୱେବ୍ସାଇଟ୍‌ରେ ମଧ୍ୟ ଲୋକେ ନିଜେ ନିଜର ତଥ୍ୟ ଦେଇପାରିବେ । ଜନଗଣନାର ୯୦ ପ୍ରତିଶତ କାମ ଅନଲାଇନରେ ହେବ ।

 

 

 

 

ସୌଜନ୍ୟ Prameya News7

Exit mobile version