ଭୁବନେଶ୍ବର: ଭାରତ ସ୍ୱାଧୀନତା ସଂଗ୍ରାମରେ ଯେଉଁ ବୀର ସନ୍ତାନ ନିଜ ଜୀବନକୁ ଉତ୍ସର୍ଗ କରି ଦେଶମାଟିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିଥିଲେ, ସେମାନଙ୍କ ମଧ୍ୟରେ ମହାନ ବିପ୍ଳବୀ ଚନ୍ଦନ ହଜୁରୀ (ଚାଖି ଖୁଣ୍ଟିଆ) ଅନ୍ୟତମ। ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଓ ସେବକ ଥିବା ଚନ୍ଦନ ହଜୁରୀ ନିଜର ବଳିଷ୍ଠ ନେତୃତ୍ୱ, ଦେଶପ୍ରେମ ଓ ଅତୁଳନୀୟ ତ୍ୟାଗ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମକୁ ଏକ ନୂଆ ଦିଗ ଦେଇଥିଲେ। ତାଙ୍କର ଆଦର୍ଶ, ସଂଗ୍ରାମ ଓ ସମାଜସେବା ଓଡ଼ିଆ ଜନମାନସରେ ସଦାସର୍ବଦା ଚିରସ୍ମରଣୀୟ ହୋଇ ରହିବ ବୋଲି ତାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ‘ଚାଖି ଖୁଣ୍ଟିଆ ସ୍ମୃତି ସମିତି’ର ମିଳିତ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାଶ ପଟ୍ଟନାୟକ ଯୋଗଦେଇ ଚନ୍ଦନ ହଜୁରୀଙ୍କ ଦେଶପ୍ରେମ, ବୀରତ୍ୱ ଓ ଐତିହାସିକ ଅବଦାନ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଚନ୍ଦନ ହଜୁରୀ ଏକାଧାରରେ ଜଣେ ବୀର ବିପ୍ଳବୀ, ଦେଶଭକ୍ତ, ସେବକ ଓ ସମାଜ ସଂସ୍କାରକ ଥିଲେ, ଯାହାଙ୍କ ଜୀବନାଦର୍ଶ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ। ଆମ ଦେଶ ସ୍ବାଧୀନ ହୋଇଛି।
Chakhi Khuntia: ଚାଖି ଖୁଣ୍ଟିଆଙ୍କ ବୀରତ୍ୱ ଓ ତ୍ୟାଗ ଓଡ଼ିଆ ଜାତିର ଗୌରବମୟ ଐତିହ୍ୟ
ଭାରତ ସ୍ୱାଧୀନତା ସଂଗ୍ରାମରେ ଯେଉଁ ବୀର ସନ୍ତାନ ନିଜ ଜୀବନକୁ ଉତ୍ସର୍ଗ କରି ଦେଶମାଟିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିଥିଲେ, ସେମାନଙ୍କ ମଧ୍ୟରେ ମହାନ ବିପ୍ଳବୀ ଚନ୍ଦନ.....
