Chhendipada MLA: ବୁଲେଟକୁ ପଛରୁ ପିଟିଲା ବିଧାୟକଙ୍କ ଗାଡ଼ି: ଆହତଙ୍କୁ ନିଜ ଗାଡିରେ ମେଡ଼ିକାଲ ନେଇ ମାନବିକତା ଦେଖାଇଲେ ଅଗସ୍ତି

ଧକ୍କା ଦେଲା ବିଧାୟକଙ୍କ ଗାଡ଼ି । ଛେଣ୍ଡିପଦା ବିଧାୟକଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ । ଢେଙ୍କାନାଳ ୫୫ନ ଜାତୀୟ ରାଜପଥ ପାଞ୍ଚ କାହାଣୀ ଛକ ନିକଟରେ ଛେଣ୍ଡିପଦା ବିଧାୟକଙ୍କ ଗାଡି ଧକ୍କାରେ ଜଣେ ଯୁବକ ଆହତ

ଢେଙ୍କାନାଳ: ଧକ୍କା ଦେଲା ବିଧାୟକଙ୍କ ଗାଡ଼ି । ଛେଣ୍ଡିପଦା ବିଧାୟକଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ । ଢେଙ୍କାନାଳ ୫୫ନ ଜାତୀୟ ରାଜପଥ ପାଞ୍ଚ କାହାଣୀ ଛକ ନିକଟରେ ଛେଣ୍ଡିପଦା ବିଧାୟକଙ୍କ ଗାଡି ଧକ୍କାରେ ଜଣେ ଯୁବକ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ମୁତାବକ ଏକ ବୁଲେଟକୁ ପଛରୁ ଧକ୍କା ଦେଇଥିଲା ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ଗାଡି । ଯାହାଦ୍ୱାରା ସହରର ଦକ୍ଷିଣ କାଳୀ ଅଞ୍ଚଳର ଯୁବକ ସନ୍ତୋଷ ସାହୁ ଆହତ ହୋଇଥିଲେ । ଦୁର୍ଘଟଣା ପରେ ବିଧାୟକ ଆହତଙ୍କୁ ନିଜ ଗାଡିରେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇ ନିଜର ମାନବିକତାର ପ୍ରମାଣ ଦେଇଚନ୍ତି । ଆହତଙ୍କ ବାମ ଗୋଡରେ ଆଘାତ ଲାଗିଥିବା ଜଣାପଡ଼ିଛି।

ସେପଟେ ଢେଙ୍କାନାଳରେ ବି ଆଉ ଏକ ଦୁର୍ଘଟଣାର ଖବର ଆସିଛି । ଘରେ ପଶିଗଲା ଟ୍ରକ। ଶୋଇଥିବା ସମୟରେ ଜଣଙ୍କର ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ କରମୂଳ ହାତିବାରୀ ଗ୍ରାମରେ ଘଟିଛି ଅଘଟଣ । ଗ୍ରାମର ଅସ୍ଥିର ତରାଇଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଗୋଟେ ଅଠର ଚକିଆ ଟ୍ରକ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକଟରକୁ ଧକ୍କା ଦେବା ପରେ ନିକଟସ୍ଥ ଏକ କୋଠା ଘରେ ପଶି ଯାଇଥିଲା । ଘରର କାନ୍ଥ ଭାଙ୍ଗି ପଶିଯିବାରୁ ଘରେ ଶୋଇଥିବା ଅବସ୍ଥାରେ ଅସ୍ଥିର ତରାଇଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୌଜନ୍ୟ ସମ୍ବାଦ

Exit mobile version