ରାଜ୍ୟ
Child: ଶିଶୁ ଅନ୍ତଃନଳୀରେ ୨ଇଞ୍ଚ ଲୁହାକଣ୍ଟା
ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଆମ୍ବପୁଆ ପଞ୍ଚାୟତ ଚଢ଼ିଆପଲ୍ଲୀଢେପର ତିନିବର୍ଷର ଶିଶୁର ଅନ୍ତଃନଳୀରେ ପ୍ରାୟ ମାସେ ହେଲା ଫସି ରହିଛି ଏକ ଲୁହାକଣ୍ଟା। ଦିନକୁ ଦିନ ଶିଶୁର ପେଟରେ ଯନ୍ତ୍ରଣା ଅସହ୍ୟ ହେବାରେ ଲାଗିଛି।

ବେଲଗୁଣ୍ଠା: ଗଞ୍ଜାମଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଆମ୍ବପୁଆ ପଞ୍ଚାୟତ ଚଢ଼ିଆପଲ୍ଲୀଢେପର ତିନିବର୍ଷର ଶିଶୁର ଅନ୍ତଃନଳୀରେ ପ୍ରାୟ ମାସେ ହେଲା ଫସି ରହିଛି ଏକ ଲୁହାକଣ୍ଟା। ଦିନକୁ ଦିନ ଶିଶୁର ପେଟରେ ଯନ୍ତ୍ରଣା ଅସହ୍ୟ ହେବାରେ ଲାଗିଛି। ବିଭିନ୍ନ ଚିକିତ୍ସାକେନ୍ଦ୍ରରେ ଦେଖାଇଥିଲେ ମଧ୍ୟ ଅନ୍ତଃନଳୀରୁ କଣ୍ଟା ବାହାରିପାରୁନି। ଗତ ଜୁଲାଇ ୩୦ରେ ଶିଶୁଟି ବାହାରେ ଖେଳୁଥିଲା। ଅସାବଧାନତା ବଶତଃ ପ୍ରାୟ ଦୁଇଇଞ୍ଚ ଲମ୍ବର ଏକ ଲୁହାକଣ୍ଟା ଗିଳି ଦେଇଥିଲା। ହେଲେ ସେ ଭୟରେ କାହାକୁ କିଛି କହିନଥିଲା। ଦିନେ ଦୁଇଦିନ ପରେ ପେଟରେ ଯନ୍ତ୍ରଣା ହେବାରୁ ବାପାଙ୍କୁ କଣ୍ଟା ଗିଳିଥିବା କଥା କହିଥିଲା। ଅଗଷ୍ଟ ୧ରେ ବାପା ତୋଫାନ ଜେନା ଶିଶୁକୁ ଚିକିତ୍ସା ପାଇଁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ସୌଜନ୍ୟ ସମ୍ବାଦ




