ଦେଶ ବିଦେଶ

Maharashtra Municipal Elections: ମହାରାଷ୍ଟ୍ର ପୌର ନିର୍ବାଚନ: ମୁମ୍ବାଇରେ ଭୋଟ ଦେବା ପରେ ହାତରୁ କାଳି ଲିଭିଯାଉଥିବା ଅଭିଯୋଗ, ବିଏମ୍‌ସି କରିବ ତଦନ୍ତ

ମହାରାଷ୍ଟ୍ରରେ ପୌର ନିର୍ବାଚନ ଚାଲିଥିବାବେଳେ ଭୋଟଦାନ କରିବା ପରେ ହାତରେ ଲାଗୁଥିବା କାଳି ଲିଭିଯିବାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଏହି ଘଟଣା ପରେ ନିର୍ବାଚନୀ ଦୁର୍ନୀତି କରିବାକୁ ପାଇଁ ଅଲିଭା କାଳି ବଦଳରେ ମାର୍କର ପେନ୍‌ ବ୍ୟବହାର କରାଯାଉଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି।

ମୁମ୍ବାଇ: ମହାରାଷ୍ଟ୍ରରେ ପୌର ନିର୍ବାଚନ ଚାଲିଥିବାବେଳେ ଭୋଟଦାନ କରିବା ପରେ ହାତରେ ଲାଗୁଥିବା କାଳି ଲିଭିଯିବାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଏହି ଘଟଣା ପରେ ନିର୍ବାଚନୀ ଦୁର୍ନୀତି କରିବାକୁ ପାଇଁ ଅଲିଭା କାଳି ବଦଳରେ ମାର୍କର ପେନ୍‌ ବ୍ୟବହାର କରାଯାଉଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍) ମୁଖ୍ୟ ରାଜ୍‌ ଠାକ୍‌ରେ ନିର୍ବାଚନ ପ୍ରକ୍ରିୟାର ନିର୍ବାଚନ ପ୍ରକ୍ରିୟାର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ସରକାର ନିର୍ବାଚନ ଜିତିବାକୁ ବ୍ୟବସ୍ଥାରେ ହେରଫେର କରୁଥିବା ସେ ଅଭିଯୋଗ କରିଛନ୍ତି। ଏହା ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ନୁହେଁ ବୋଲି ସେ କହିଛନ୍ତି। ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମ୍‌ସି) ନିର୍ବାଚନ ବେଳେ ମୁମ୍ବାଇରେ ଭୋଟ ଦେବା ପରେ ହାତରୁ କାଳି ଲିଭିଯାଉଥିବା କେତେକ ଭୋଟର ଅଭିଯୋଗ କରିବା ପରେ ଏହି ବିବାଦ ଆରମ୍ଭ ହୋଇଛି। ମୁମ୍ବାଇ ମ୍ୟୁନିସିପାଲ କମିସନର ଭୂଷଣ ଗାଗରାନି ଏହି ଅଭିଯୋଗ ଆସିବା ପରେ କାଳି ନେଇ ଆସିଥିବା ଅଭିଯୋଗର ତଦନ୍ତ କରିବେ ବୋଲି କହିଛନ୍ତି। ସେ କହିଛନ୍ତି, କାଳି ଯଦି ନଖରେ ଲାଗିଥିବା ତାହା ଲିଭିଯିବ, କିନ୍ତୁ ଚର୍ମରେ ଲାଗିଥିଲେ ଲିଭିବ ନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button