ରାଜ୍ୟ
Children: ଜ୍ବରରେ କମ୍ପୁଛି ଯୁବାପଦର, ୨ ଶିଶୁ ମୃତ: ୨୦ରୁ ଊର୍ଧ୍ବ ଆକ୍ରାନ୍ତ, ଗାଁରେ ପହଞ୍ଚିଲା ମେଡିକାଲ୍ ଟିମ୍
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ କୁଚେଇପଦର ପଞ୍ଚାୟତର ଯୁବାପଦର ଗ୍ରାମରେ ଜ୍ବର ଆତଙ୍କ ଦେଖାଦେଇଛି। ଗତ ୨୪ ଘଣ୍ଟାରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଧ୍ବ ଆକ୍ରାନ୍ତ ଥିବା ଜଣାପଡ଼ିଛି।

କାଶୀପୁର: ରାୟଗଡ଼ାଜିଲ୍ଲା କାଶୀପୁର ବ୍ଲକ୍ କୁଚେଇପଦର ପଞ୍ଚାୟତର ଯୁବାପଦର ଗ୍ରାମରେ ଜ୍ବର ଆତଙ୍କ ଦେଖାଦେଇଛି। ଗତ ୨୪ ଘଣ୍ଟାରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଧ୍ବ ଆକ୍ରାନ୍ତ ଥିବା ଜଣାପଡ଼ିଛି। ମୃତ ଦୁଇ ଶିଶୁ ହେଲେ ଗାଁର ଖଗେଶ୍ବର ମାଝୀଙ୍କ ୪ବର୍ଷର ପୁଅ ସୁବାସ ମାଝୀ, ଦୁର୍ଯ୍ୟ ପୂଜାରୀଙ୍କ ୪ ବର୍ଷର ପୁଅ ପିଙ୍କୁ ପୂଜାରୀ। ଖବର ପାଇ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ରାମ ପ୍ରସାଦ ମହାପାତ୍ରଙ୍କ ନେତୃତ୍ବରେ ଭ୍ରାମ୍ୟମାଣ ଡାକ୍ତରୀ ଦଳ ଶନିବାର ସନ୍ଧ୍ୟାରେ ଗାଁରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ଯୋଗାଇ ଦେଇଛନ୍ତି। ରବିବାର ଡଙ୍ଗାସିଲ୍ ଏଏନ୍ଏମ୍ ଗାଁକୁ ଯାଇ ସ୍ଥିତି ନିରୀକ୍ଷଣ କରି ଫେରିଥିବା କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ନେତ୍ରାନନ୍ଦ ନାୟକ କହିଛନ୍ତି।
ସୌଜନ୍ୟ ସମ୍ବାଦ




