ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ ପିଲାମାନଙ୍କୁ ଦେଶର ଦୁଇ ମହାନ ବରପୁତ୍ରଙ୍କ ବିଷୟରେ ଅବଗତ କରାଇବାକୁ ବିଦ୍ୟାଳୟରେ ଏହି ଦିବସଗୁଡ଼ିକ ପାଳିତ ହୋଇଥାଏ। ପିଲାମାନେ ମଧ୍ୟ ସ୍ୱାଧୀନତା ଆନ୍ଦୋଳନର ଇତିହାସ ବିଷୟରେ ଜାଣିପାରନ୍ତି। ତେବେ ବର୍ତ୍ତମାନର ରାଜ୍ୟ ସରକାର ଛୁଟି ତାଲିକାରୁ ଏହି ଦୁଇ ମହାନ ଜନନେତାଙ୍କ ନାମକୁ ଜନମାନସରୁ ବାଦ ଦେବାକୁ ଚାହୁଁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ତୁରନ୍ତ ଛୁଟି ତାଲିକାକୁ ସଂଶୋଧନ କରି ଗୁରୁ ଦିବସ ଓ ଶିଶୁ ଦିବସକୁ ପାଳନୀୟ ଦିବସ ଭାବେ ଘୋଷଣା କରିବାକୁ ସଂଘର ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ ଦାବି କରିଛନ୍ତି। ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲଷ୍ଟା) ମଧ୍ୟ ପ୍ରତିବାଦ ଜଣାଇଛି। ସଂଘ ସଭାପତି ବିକ୍ରମ କୁମାର ଦାସ ଓ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା କହିଛନ୍ତି ଯେ ଚଳିତବର୍ଷ ଶିଶୁ ଦିବସ ଓ ଗୁରୁ ଦିବସ ଛୁଟି ତାଲିକାରୁ ବାଦ୍ ଦେଇ ଏହି ଦୁଇ ମହାନ ନେତାଙ୍କ ନାମକୁ ଜନମାନସରୁ ବାଦ୍ ଦେବା ତଥା ଗୁରୁଶିଷ୍ୟ ପରମ୍ପରାକୁ ବିଲୋପ କରିବା ଅତ୍ୟନ୍ତ ନିନ୍ଦନୀୟ।
ସୌଜନ୍ୟ ସମ୍ବାଦ

