ଚେନ୍ନାଇ, ୧୬/୪: ଚଳିତ ଋତୁରେ ନିଜ ପୁରୁଣା ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସେବାରୁ ବଞ୍ଚିତ ହୋଇ ଆସୁଥିବା ପୂର୍ବ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସକୁ ଆଉ ଏକ ଝଟ୍କା ଲାଗିଛି। ଜଙ୍ଘରେ ଆଘାତ ଲାଗିବା ପରେ ଏହି ଦଳର ଯୁବ ଦ୍ରୁତ ବୋଲର୍ ଖଲିଲ ଅହମ୍ମଦ ଆଇପିଏଲ୍-୨୦୨୬ର ଅବଶିଷ୍ଟ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଚେନ୍ନାଇର ଗତ ପାଞ୍ଚଟି ଯାକ ମ୍ୟାଚ୍ରେ ଖଲିଲ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ହେଲେ ଗତ ୧୪ ତାରିଖର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମୁକାବିଲାରେ ନିଜ ଡାହାଣ ଜଙ୍ଘରେ ଯନ୍ତ୍ରଣା ଅନୁଭବ କରିଥିଲେ।
ଜଙ୍ଘ ମାଂସପେଶୀରେ ଗୁରୁତର ଆଘାତ
ଡାକ୍ତରୀ ପରୀକ୍ଷା ପରେ ତାଙ୍କ ଜଙ୍ଘର ମାଂସପେଶୀରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି। ଏଥିଲାଗି ସେ ୧୦ରୁ ୧୨ ସସ୍ତାହ କ୍ରିକେଟ୍ରୁ ଦୂରେଇ ରହିବେ। ୨୮ବର୍ଷୀୟ ଖଲିଲ ଗତ ଦୁଇଟି ମ୍ୟାଚ୍ରେ ଦୁଇଟି ୱିକେଟ୍ ନେବା ସହ ଚେନ୍ନାଇକୁ ବିଜୟ ଧାରାକୁ ଫେରାଇ ଆଣିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏହି ବାମହାତୀ ବୋଲର୍ ୧୧ ଦିନିକିଆ ଓ ୧୮ ଟ୍ବେଣ୍ଟି-୨୦ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି।
ସୌଜନ୍ୟ ସମ୍ବାଦ

