ଦେଶ ବିଦେଶ

CJP Protest: ଇମ୍ରାନ୍‌ ଖାନ୍‌ଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡ଼ିବାକୁ ନୋଟିସ୍‌: ବମ୍ବେ ହାଇକୋର୍ଟ ଯିବେ ଅଭିନେତା

ମୁମ୍ବାଇରେ କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନ ଡାକରାରେ ଭାଗ ନେବା ଅଭିନେତା ଇମ୍ରାନ୍‌ ଖାନ୍‌ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ମୁମ୍ବାଇ: ମୁମ୍ବାଇରେ କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନ ଡାକରାରେ ଭାଗ ନେବା ଅଭିନେତା ଇମ୍ରାନ୍‌ ଖାନ୍‌ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଇମ୍ରାନଙ୍କୁ ଅକ୍ଟୋବର ୨୮ ତାରିଖ ସୁଦ୍ଧା ଭାରତ ଛାଡ଼ିବାକୁ ମୁମ୍ବାଇ ପୁଲିସ ପକ୍ଷରୁ ନୋଟିସ୍‌ ଦିଆଯାଇଛି। ତେବେ ଇମ୍ରାନ୍‌ଙ୍କ ଓକିଲ କହିଛନ୍ତି ଯେ, ଭାରତ ଛାଡ଼ିବା ନୋଟିସ୍‌ ଉପରେ ଅଭିନେତା ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ।

ସେ କହିଛନ୍ତି ଯେ, ନିୟମ ଅନୁଯାୟୀ ଓସିଆଇ (ଭାରତର ପ୍ରବାସୀ ନାଗରିକ) କାର୍ଡଧାରୀମାନଙ୍କୁ ପ୍ରତିବାଦରେ ଅଂଶଗ୍ରହଣ କରିବାରୁ ନିଷେଧ କରାଯାଇ ନାହିଁ।ସୂଚନାଯୋଗ୍ୟ, ଆମେରିକା ପାସପୋର୍ଟଧାରୀ ଇମ୍ରାନ୍‌ ଗତ ସପ୍ତାହରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ପ୍ରତିବାଦ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବାକୁ ନେଇ ବିବାଦ ହୋଇଛି।

ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ

ବିଜେପି ନେତା କିରିଟ୍‌ ସୋମେୟା ମୁମ୍ବାଇରେ ପ୍ରତିବାଦରେ ଯୋଗ ଦେଇଥିବା ଅଭିଯୋଗରେ ଇମ୍ରାନ୍‌ ଖାନ୍‌ଙ୍କୁ ଗିରଫ କରି ନିର୍ବାସନ କରିବାକୁ ଦାବି କରିଥିଲେ। ପ୍ରତିବାଦ କରୁଥିବା ସମୟରେ ଇମ୍ରାନ୍‌ ମୁମ୍ବାଇ ପୁଲିସ ଦ୍ବାରା ଅଟକ ରହିଥିଲେ। ଅଭିନେତା ସୋସିଆଲ ମିଡିଆରେ ପୁଲିସ ତାଙ୍କୁ ଅଟକ ରଖିବାର ଫଟୋ ସେୟାର କରିଥିଲେ। ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଇମ୍ରାନ କହିଥିଲେ, ସେ ମୁମ୍ବାଇର ଜଣେ ନାଗରିକ ଭାବରେ ଆସିଥିଲେ ଓ ତାଙ୍କର କୌଣସି ନିର୍ଦ୍ଦିଷ୍ଟ ଦାବି ନାହିଁ।

ସେ ସ୍ବାଧୀନ ଭାବେ ଚଳପ୍ରଚଳ କରିବା ଓ ଲୋକଙ୍କ ସ୍ବାଧୀନ ମତ ଚାପିବାର ପ୍ରୟାସ ଉପରେ ପ୍ରଶ୍ନ ଉଠାଇଥିଲେ। ତେବେ ପ୍ରଦତ୍ତ ସୂଚନା ଅନୁଯାୟୀ, ଭାରତୀୟ ନାଗରିକ ନ ହୋଇ ମଧ୍ୟ ପ୍ରତିବାଦରେ ଅଂଶଗ୍ରହଣ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଇମିଗ୍ରେସନ ଆଇନର ଧାରା ୨୯ ଓ ୭ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button