
ଭୁବନେଶ୍ବର: ଓଡ଼ିଶାରେ ସିଏନ୍ଜି ଚାଳିତ ଗାଡ଼ିମୋଟର ଯାତ୍ରା ପୁଣି ମହଙ୍ଗା ହେବ। ଗେଲ୍ ଇଣ୍ଡିଆ ପକ୍ଷରୁ କଟକ ଓ ଭୁବନେଶ୍ବରରେ ସିଏନ୍ଜି (କଂପ୍ରେସ୍ଡ ନେଚୁରାଲ୍ ଗ୍ୟାସ୍) ଦର ବୃଦ୍ଧି କରାଯାଇଛି। କିଲୋଗ୍ରାମ ପିଛା ଦାମ୍ ୨ ଟଙ୍କା ବୃଦ୍ଧି ହୋଇ ୯୩ ଟଙ୍କା ୨୬ ପଇସାରେ ପହଞ୍ଚିଛି।
ଗେଲ୍ ଇଣ୍ଡିଆ ପକ୍ଷରୁ ଜାରି ସୂଚନାନୁସାରେ, ଏହି ଦର ମଇ ୨୯ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଏହାକୁ ମିଶାଇ ମଇ ମାସରେ ସିଏନ୍ଜି ଦର ୩ ଥରରେ ସିଏନ୍ଜି ୪ ଟଙ୍କା ମହଙ୍ଗା ହୋଇଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ରାଷ୍ଟ୍ରାୟତ୍ତ କମ୍ପାନି ଗେଲ୍ର ୩୮ଟି ସିଏନ୍ଜି ଷ୍ଟେସନ ରହିଛି। ସେଥିରୁ ଭୁବନେଶ୍ବରରେ ୨୪ଟି ଏବଂ କଟକରେ ୧୪ଟି ଷ୍ଟେସନ୍ ରହିଛି। ମଧ୍ୟପ୍ରାଚ୍ୟ ସମସ୍ୟା ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଓ ଗ୍ୟାସ ଦର ବଢ଼ିଛି। ଏଥିପାଇଁ ଦେଶ ଭିତରେ କମ୍ପାନିଗୁଡ଼ିକ ନିଜର କ୍ଷତିର ଭରଣା କରିବାକୁ ପେଟ୍ରୋଲ, ଡିଜେଲ ଓ ସିଏନ୍ଜି ଦର ବଢ଼ାଇ ଚାଲିଛନ୍ତି। ଚଳିତମାସରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ପ୍ରାୟ ୮ ଟଙ୍କା ମହଙ୍ଗା ହୋଇଯାଇଛି।
ସୌଜନ୍ୟ ସମ୍ବାଦ




