ଜାତୀୟ ବଧିର କ୍ରିକେଟ୍‌: ଓଡ଼ିଶା ବିଜେତା

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ଅନନ୍ତପୁରଠାରେ ଗୁରୁବାର ଶେ‌ଷ ହୋଇଥିବା ଦ୍ବିତୀୟ ଆଇଡିସିଏ ୧୯ ବର୍ଷରୁ କମ୍ ଜାତୀୟ ବଧିର କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ବିଜେତା ହୋଇଛି। ମୋଟ ୧୫ ଦଳ ଅଂଶଗ୍ରହଣ କରିଥିବାବେଳେ ଓଡ଼ିଶା ଦଳ ଫାଇନାଲ୍‌ରେ ୪୨ ରନ୍‌ରେ ହରିୟାଣାକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ୧୩୮/୯ ସ୍କୋର୍‌ କରିଥିଲା। ଜବାବରେ ଓଡ଼ିଶା ବୋଲର୍ ହରିୟାଣା ପାଳିକୁ ୧୭.୪ ଓଭରରେ ୯୬ ରନ୍‌ରେ ଶେଷ କରି ଦେଇଥିଲେ। ରାଜେଶ ସାହୁ (୨୨ ରନ୍‌ ଓ ୨ ୱିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସମର୍ଥନ କରିଥିବାରୁ ଓଡ଼ିଶା ବଧିର କ୍ରିକେଟ୍‌ ସଂଘ ସମ୍ପାଦକ ସାଗରକାନ୍ତ ସେନାପତି କୃତଜ୍ଞତା ଜଣାଇଛନ୍ତି।

ଓଡ଼ିଶା ଦଳ: ରଂଜନ ସାହୁ (ଅଧିନାୟକ), ଜୀତନ ନାୟକ (ଉପଅଧିନାୟକ), ଅଂଶୁମାନ ସାହୁ (ୱିକେଟରକ୍ଷକ), ସ୍ମୃତି ରଂଜନ ମହାରଣା (ୱିକେଟରକ୍ଷକ), ସ୍ମୃତି ରଂଜନ ବାରିକ, ପୂର୍ଣ୍ଣ ବେହେରା, ବବଲୁ ମହାନନ୍ଦ, ଭରତ ବେହେରା, ରୁଦ୍ର ପ୍ରସାଦ ବେହେ‌ରା, ଜ୍ଞାନରଂଜନ ପଣ୍ଡା, ନୀତୀଶ ବେ‌ହେରା, ରାଜେଶ ସାହୁ, ଆଦିତ୍ୟ ନାରାୟଣ ବରାଡ଼, ଶନୀଥ ସେଟ୍ଟୀ। ପ୍ରଶିକ୍ଷକ: ସାଗରକାନ୍ତ ସେନାପତି, ପ୍ରବଂଧକ-ଶଶୀ ଭୂଷଣ ମହାନ୍ତି।
ସୌଜନ୍ୟ-ସମ୍ୱାଦ

Related Articles

Back to top button