ଦେଶ ବିଦେଶ

IIT Kanpur: ଆଇଆଇଟି କାନପୁରରେ ଏବେ ମିଳିବ ମେଡିକାଲ ଡିଗ୍ରୀ: ଜାଣନ୍ତୁ କ’ଣ ରହିଛି ସମ୍ପୂର୍ଣ୍ଣ ଯୋଜନା

ଆଇଆଇଟି କାନପୁର ଏବେ କେବଳ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ପଢ଼ାଇବାରେ ସୀମିତ ରହିବ ନାହିଁ। ସଂସ୍ଥାନର 'ଗଙ୍ଗୱାଲ୍ ସ୍କୁଲ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଏଣ୍ଡ ଟେକ୍ନୋଲୋଜି' ଜରିଆରେ ମେଡିକାଲ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରସ୍ତୁତି ଚାଲିଛି।

ନୂଆଦିଲ୍ଲୀ: ଆଇଆଇଟି କାନପୁର ଏବେ କେବଳ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ପଢ଼ାଇବାରେ ସୀମିତ ରହିବ ନାହିଁ। ସଂସ୍ଥାନର ‘ଗଙ୍ଗୱାଲ୍ ସ୍କୁଲ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଏଣ୍ଡ ଟେକ୍ନୋଲୋଜି’ ଜରିଆରେ ମେଡିକାଲ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ କ୍ୟାମ୍ପସରେ ହସ୍ପିଟାଲ ଏବଂ ଗବେଷଣା ସୁବିଧା ବିକଶିତ କରାଯାଉଛି।

ତେବେ ମେଡିକାଲ କ୍ଷେତ୍ରରେ ଆଇଆଇଟି କାନପୁରର ଆରମ୍ଭ ସିଧାସଳଖ ଏମବିବିଏସରୁ ହେବ ନାହିଁ। ପ୍ରଥମେ ଉଚ୍ଚ ଚିକିତ୍ସା ଶିକ୍ଷା ଏବଂ ସୁପର-ସ୍ପେଶାଲିଷ୍ଟ ପ୍ରୋଗ୍ରାମ ଉପରେ ଧ୍ୟାନ ଦିଆଯିବ। ଗଙ୍ଗୱାଲ ସ୍କୁଲର ଡିନ୍ ପ୍ରଫେସର ଅନିଲ କେ. ଲାଲୱାନୀଙ୍କ ଅନୁଯାୟୀ, ଆଇଆଇଟି କାନପୁର ପ୍ରଥମେ ଏମଡି ଏବଂ ଏମଏସ ଭଳି ପୋଷ୍ଟ ଗ୍ରାଜୁଏଟ୍ କୋର୍ସ ସହିତ ଡ଼ିଏମ ଏବଂ ଏମସିଏଚ ଭଳି ସୁପର-ସ୍ପେଶାଲିଟି ଡିଗ୍ରୀ ଆରମ୍ଭ କରିବ।

MBBS ପାଇଁ କରିବାକୁ ପଡ଼ିବ ଅପେକ୍ଷା:
ପୋଷ୍ଟ ଗ୍ରାଜୁଏଟ୍ ଏବଂ ସୁପର-ସ୍ପେଶାଲିଟି ପ୍ରୋଗ୍ରାମ ଆରମ୍ଭ ହେବାର ପ୍ରାୟ ୩ ରୁ ୪ ବର୍ଷ ପରେ MBBS କୋର୍ସ ଆରମ୍ଭ କରିବାକୁ ଯୋଜନା ରହିଛି। ଅର୍ଥାତ୍, ପ୍ରଥମ ପର୍ଯ୍ୟାୟରେ ଦକ୍ଷ ଡାକ୍ତର ପ୍ରସ୍ତୁତ କରିବା ଏବଂ ମେଡିକାଲ-ଇଞ୍ଜିନିୟରିଂ ଗବେଷଣାକୁ ଏକାଠି ଆଗକୁ ନେବା ଉପରେ ଧ୍ୟାନ ଦିଆଯିବ। କ୍ଲିନିକାଲ୍ ଇନ୍‌ଫ୍ରାଷ୍ଟ୍ରକ୍ଚର ପାଇଁ କ୍ୟାମ୍ପସରେ ୫୦୦ ବେଡ୍ ବିଶିଷ୍ଟ ‘ଯଦୁପତି ସିଂଘାନିଆ ସୁପର-ସ୍ପେଶାଲିଟି ହସ୍ପିଟାଲ’ ନିର୍ମାଣ କରାଯାଉଛି। ଏହାକୁ ଏହି ବର୍ଷ ଶେଷ ସୁଦ୍ଧା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ମାର୍ଚ୍ଚ ୨୦୨୭ ସୁଦ୍ଧା ପ୍ରଥମ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇଦିଆଯିବ। ଏହା ସହିତ ୫୦ ବେଡ୍ ବିଶିଷ୍ଟ କ୍ୟାନ୍ସର କେୟାର ଏବଂ ରିସର୍ଚ୍ଚ ସେଣ୍ଟର ମଧ୍ୟ ପ୍ରସ୍ତୁତ କରାଯାଉଛି।

ଏହି ଯୋଜନାକୁ ଆଗକୁ ନେବା ପାଇଁ ଆଇଆଇଟି କାନପୁରକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୬୦ ଜଣ ନୂଆ ଫ୍ୟାକଲ୍ଟି ସଦସ୍ୟ (କ୍ଲିନିକାଲ ମେଡିସିନ୍ ଏବଂ ରିସର୍ଚ୍ଚ ବିଶେଷଜ୍ଞ) ନିଯୁକ୍ତ କରିବାକୁ ଅନୁମତି ମିଳିଛି। ମେଡିକାଲ ସାଇନ୍ସ ଏବଂ ଇଞ୍ଜିନିୟରିଂକୁ ଏକାଠି ଯୋଡ଼ି ଗବେଷଣା କରିବା ସହ ଛାତ୍ରଛାତ୍ରୀଙ୍କୁ ଏଆଇ ଏବଂ ଆଧୁନିକ ଚିକିତ୍ସା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ମିଳିବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button