ନୂଆଦିଲ୍ଲୀ: ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଆଜି ଲୋକସଭାରେ ‘ବିକଶିତ ଭାରତ-ରୋଜଗାର ଓ ଆଜୀବିକା ମିସନ (ଗ୍ରାମୀଣ) ବିଲ୍ ଆଗତ କରିଛନ୍ତି। ଏହାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କୋଡ଼ିଏ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ସ୍ଥାନରେ ଲାଗୁ ହେବାକୁ ଥିବା ଏହି ବିଲ୍, ୨୦୨୫କୁ ସଂସଦରେ ପ୍ରବଳ ବିରୋଧ କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଶଶି ଥରୁର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ତେବେ ବିଜେପି ମଧ୍ୟ ନାମ ପରିବର୍ତ୍ତନର ଆବଶ୍ୟକତା ଉପରେ ଯୁକ୍ତି ରଖିଛି।

