Congress: ବିଧାନସଭାରେ ଉଠିଲା ଜିତୁ ମୁଣ୍ଡାଙ୍କ ଘଟଣା, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟଠାରୁ ଆରମ୍ଭ କରି ସମଗ୍ର ଦେଶରେ ଆଲୋଡ଼ନ ଖେଳାଇ ଦେଇଥିବା ବ୍ୟାଙ୍କକୁ କଙ୍କାଳ ବୋହିବା ଘଟଣାର ଅନୁସନ୍ଧାନ ପାଇଁ ଆଜି ଆରଡିସି ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଛନ୍ତି। ପାଟଣା ବ୍ଲକ୍‌ର ଡିଆନାଳୀ ଗ୍ରାମର ଜିତୁ ମୁଣ୍ଡାଙ୍କ ଘରେ ଆରଡିସି ତାଙ୍କ ସହ ଆ‌ଲୋଚନା କରିଛନ୍ତି। ଅନ୍ୟପଟେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ବେଳେ କଂଗ୍ରେସ ବିଧାୟକମାନେ ବ୍ୟାଙ୍କକୁ କଙ୍କାଳ ନେଇ ଯିବା ଘଟଣାରେ ପ୍ରତିବାଦ କରିବା ସହ କକ୍ଷ ତ୍ୟାଗ କରିଛନ୍ତି |

କଂଗ୍ରେସ ବିଧାୟକମାନେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ଦାବି କରିଥିବାବେଳେ ପୋଷ୍ଟର ଧରି ପ୍ରତିବାଦ କରିଛନ୍ତି | ବାସ୍ତବରେ ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିବାବେଳେ କଂଗ୍ରେସ ବିଧାୟକମାନେ ହୋହଲ୍ଲା କରିଥିଲେ। ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ସଦସ୍ୟମାନେ ନାରାବାଜି କରିଥିଲେ |

ଉଲ୍ଲେଖ ଥାଉ କି ଆଜି ଓଡ଼ିଶା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ବସିଥିବାବେଳେ ଏଥିରେ ‘ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ’ ସମ୍ପର୍କରେ ଆଲୋଚନା ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ମୋସନ୍ ଆଣିବେ। ଏହା ଉପରେ ସବୁ ଦଳର ବିଧାୟକ ଆଲୋଚନା କରିବେ। ଶେଷରେ ମୁଖ୍ୟମନ୍ତ୍ରୀ ଆଲୋଚନାର ଉତ୍ତର ରଖିବେ ବୋଲି ଜଣାପଡ଼ିଛି।

 

 

 

ସୌଜନ୍ୟ ସମ୍ବାଦ