ଜି-୭ ବିଦେଶ ମନ୍ତ୍ରୀ ସମ୍ମିଳନୀରେ ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ: ଇଟାଲୀର ଫିଉଗି ଠାରେ ଅନୁଷ୍ଠିତ ଦୁଇ ଦିନିଆ ଜି-୭ ବିଦେଶମନ୍ତ୍ରୀଙ୍କ ସମ୍ମିଳନୀରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଯୋଗ ଦେଇଛନ୍ତି। ଏହି ଅବସ‌ରରେ ସେ ବିଭିନ୍ନ ରାଷ୍ଟ୍ରର ବିଦେଶ ମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଗତ ଦୁଇଦିନ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆଜି ନିଜର ଗସ୍ତ ସମ୍ପର୍କରେ ଜୟଶଙ୍କର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚିତ କରିଛନ୍ତି। ଆଜି, ଇଟାଲୀର ଉପ ପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ଏଣ୍ଟୋନିଓ ତାଜାନିଙ୍କ ସହ ଜୟଶଙ୍କରଙ୍କ ଆଲୋଚନା ହୋଇଛି।

ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ବୈଷୟିକ କୌଶଳ, ନୂତନ ଜ୍ଞାନକୌଶଳ, ସ୍ବଚ୍ଛ ଶକ୍ତି, ସାର, ରେଳବାଇ ଓ ପୁଞ୍ଜିନିବେଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ସହ ମଧ୍ୟପ୍ରାଚ୍ୟ ସ୍ଥିତି, ୟୁକ୍ରେନ୍‌, ଭାରତ-ପ୍ରଶାନ୍ତ ମହାସାଗରୀୟ ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସହ ମଧ୍ୟ ଜୟଶଙ୍କର ଦ୍ବିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭାରତ-ଆମେରିକ ସମ୍ପର୍କ ବୃଦ୍ଧି, ବିଶ୍ବ ସୁରକ୍ଷା ଓ ବିଭିନ୍ନ ରଣନୀତିକ ପ୍ରସଙ୍ଗରେ ଉଭୟେ ଆଲୋଚନା କରିଥିଲେ। ସେହିଭଳି ଦକ୍ଷିଣ କୋରିଆ ବିଦେଶ ମନ୍ତ୍ରୀ ‌ଚୋ ତାଏ ୟୁଲ୍‌, ଜାପାନ୍‌ ବିଦେଶ ମନ୍ତ୍ରୀ ତାକେଶି ଇୱାୟାଙ୍କ ସହ ମଧ୍ୟ ଆଲୋଚନା ହୋଇଥିବା ନେଇ ବିଦେଶମନ୍ତ୍ରୀ ଜୟଶଙ୍କର ସୂଚନା ଦେଇଛନ୍ତି।
ସୌଜନ୍ୟ – ସମ୍ୱାଦ

Show More
Back to top button