କ୍ୟାନସର ଆରୋଗ୍ୟ ପାଇଁ ବିବାଦୀୟ ‘ସ୍ପେଶାଲ ଡାଏଟ୍’: ସିଦ୍ଧୁଙ୍କୁ ୮୫୦ କୋଟି ଟଙ୍କାର ନୋଟିସ୍

ନୂଆଦିଲ୍ଲୀ: ଛତିଶଗଡ଼ ସିଭିଲ ସୋସାଇଟି (ସିସିଏସ୍) ପକ୍ଷରୁ ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀଙ୍କୁ ୮୫୦ କୋଟି ଟଙ୍କାର ନୋଟିସ୍ ଜାରି କରାଯାଇଛି। ଖାଦ୍ୟ ମାଧ୍ୟମରେ ତାଙ୍କ କର୍କଟ ରୋଗ ଭଲ ହୋଇଛି ବୋଲି ସିଦ୍ଧୁଙ୍କ ଦାବି ପରେ ଏହି ନୋଟିସ୍ ଜାରି କରାଯାଇଛି। ସିସିଏସ୍ ତାଙ୍କ ବୟାନକୁ ବିଭ୍ରାନ୍ତିକର ବୋଲି କହିବା ସହ ୭ ଦିନ ମଧ୍ୟରେ ପ୍ରମାଣ ନ ଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି। ବୈଜ୍ଞାନିକ ସମର୍ଥନର ଅଭାବ ଦର୍ଶାଇ ଡାକ୍ତରୀ ବୃତ୍ତିଧାରୀମାନେ ମଧ୍ୟ ଏହି ଦାବିକୁ ତୀବ୍ର ବିରୋଧ କରିଛନ୍ତି।

ପୂର୍ବତନ କ୍ରିକେଟର ତଥା ରାଜନେତା ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ତାଙ୍କ କ୍ୟାନସର ଚିକିତ୍ସାକୁ ନେଇ ସ୍ବାମୀଙ୍କ ଅବାସ୍ତବ ଦାବି ପରେ କ୍ଷମା ମାଗିବାକୁ ଛତିଶଗଡ଼ ସିଭିଲ ସୋସାଇଟି (ସିସିଏସ୍) ଦାବି କରିଛି। ସିଦ୍ଧୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଲେମ୍ବୁପାଣି, କଞ୍ଚା ହଳଦୀ ଓ ନିମ୍ବ ଖାଇବା ଦ୍ୱାରା ତାଙ୍କ ପତ୍ନୀଙ୍କ କର୍କଟ ରୋଗ ଭଲ ହୋଇଛି। ନଭେମ୍ବର ୨୧ରେ ସିଦ୍ଧୁ ଅମୃତସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ଯେ ତାଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ଏବେ କର୍କଟମୁକ୍ତ। ଚିକିତ୍ସା ଓ ଡାଏଟ୍ – କର୍କଟ ନିରାକରଣର ଉତ୍ତମ ଉପାୟ! ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ମଧ୍ୟ ଏହି ଡାଏଟ୍‌ର ତାଲିକା ଦେଇଥିଲେ।

ସୌଜନ୍ୟ – ସମ୍ୱାଦ

Show More
Back to top button