ଦେଶ ବିଦେଶ
Controversy: ଇସ୍ରାଏଲୀ-ଆମେରିକୀୟ ଧର୍ମଗୁରୁଙ୍କ ହିନ୍ଦୁ ବିରୋଧୀ ବ୍ୟଙ୍ଗକୁ ନେଇ ତୀବ୍ର ଅସନ୍ତୋଷ
ନିଜର ବିବାଦୀୟ ତଥା ଅପମାନଜନକ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଇସ୍ରାଏଲୀ-ଆମେରିକୀୟ ଇହୁଦୀ ଧର୍ମଗୁରୁ ୟୋସୀ ମିଜ୍ରାଚି ହିନ୍ଦୁ ଧର୍ମର ଗୋ ପୂଜା ପରମ୍ପରାକୁ ନେଇ କଟାକ୍ଷ କରିବା ସହ ଭାରତୀୟ ଡାକ୍ତରମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି।

ନୂଆଦିଲ୍ଲୀ: ନିଜର ବିବାଦୀୟ ତଥା ଅପମାନଜନକ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଇସ୍ରାଏଲୀ-ଆମେରିକୀୟ ଇହୁଦୀ ଧର୍ମଗୁରୁ ୟୋସୀ ମିଜ୍ରାଚି ହିନ୍ଦୁ ଧର୍ମର ଗୋ ପୂଜା ପରମ୍ପରାକୁ ନେଇ କଟାକ୍ଷ କରିବା ସହ ଭାରତୀୟ ଡାକ୍ତରମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି। ଏ ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଭାରତ, ଇସ୍ରାଏଲ ସମେତ ବିଶ୍ୱର ବିଭିନ୍ନ ସ୍ଥାନରୁ ତାଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ନାଗରିକ ତାଙ୍କୁ ଜଣେ ଜାତିବାଦୀ ଓ ମାନସିକ ବିକୃତ ବୋଲି ଆଖ୍ୟା ଦେଇଥିବା ବେଳେ ହିନ୍ଦୁ ଧାର୍ମିକ ପରମ୍ପରାକୁ ଅପମାନିତ କରିଥିବାରୁ ତାଙ୍କ ଗିରଫଦାରୀ ଦାବି କରିଛନ୍ତି। ଭାରତ ହେଉଛି ସେହି ଅଳ୍ପ କେତେକ ଦେଶ ମଧ୍ୟରୁ ଅନ୍ୟତମ ଯେଉଁଠାରେ ଇହୁଦୀ ସମ୍ପ୍ରଦାୟ ବିଗତ ୨,୦୦୦ ବର୍ଷରୁ ଅଧିକ ସମୟ ଧରି କୌଣସି ଆପରାଧିକ ବିଦ୍ୱେଷର ସମ୍ମୁଖୀନ ନ ହୋଇ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ବସବାସ କରିଆସୁଛନ୍ତି।
ସୌଜନ୍ୟ ସମ୍ବାଦ




