ରାଜ୍ୟ

Corex: ବରଗଡ଼କୁ ଚାଲାଣ ହେଉଥିବାବେଳେ ସମ୍ବଲପୁରରୁ ବିପୁଳ କୋରେକ୍ସ ଏବଂ ନିଶା ଟାବଲେଟ ଜବତ

ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବିପୁଳ କୋରେକ୍ସ ଏବଂ ନିଶା ଟାବଲେଟ ଜବତ କରାଯାଇଛି l କଟକ ଜଗତପୁରରୁ ସମ୍ବଲପୁର ଆସୁଥିବାବେଳେ ସମ୍ବଲପୁର ହାତିବାରୀରେ କୋରେକ୍ସ ଗାଡିକୁ ପିଛା କରି ଧରିଛି ଅବକାରୀ ବିଭାଗ |

ସମ୍ବଲପୁର: ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବିପୁଳ କୋରେକ୍ସ ଏବଂ ନିଶା ଟାବଲେଟ ଜବତ କରାଯାଇଛି l କଟକ ଜଗତପୁରରୁ ସମ୍ବଲପୁର ଆସୁଥିବାବେଳେ ସମ୍ବଲପୁର ହାତିବାରୀରେ କୋରେକ୍ସ ଗାଡିକୁ ପିଛା କରି ଧରିଛି ଅବକାରୀ ବିଭାଗ | ଏହି ନିଶା ସାମଗ୍ରୀ ସମ୍ବଲପୁରରୁ ପୁଣି ବରଗଡ଼ ଜିଲ୍ଲାକୁ ଯାଇଥାନ୍ତା l

ତେବେ ଖବର ପାଇ ଅବକାରୀ ବିଭାଗ ରେଢ଼ାଖୋଲ ଅଂଚଳରୁ ପିକଅପ ଗାଡିକୁ ପିଛା କରିଥିଲା l ହାତିବାରୀ ଟୋଲଗେଟରେ ପିକଅପକୁ ଅଟକ ରଖିବା ପରେ ସେଥିରୁ ପ୍ରାୟ ୨୪୦୦ ବୋତଲ କଫ ସିରଫ ଓ ୧୦୦୦ରୁ ଉର୍ଦ୍ଧ୍ବ ନିଶା ବଟିକା ଜବତ ହୋଇଛି l ଏହି ଘଟଣାରେ ଡ୍ରାଇଭରକୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ |

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button